ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗିରଫ ହେଲେ ଭୁବନେଶ୍ୱର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ। ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ଏହି ରେଡ୍ରେ ବିଶ୍ବବନ୍ଧୁଙ୍କ ସମ୍ପତ୍ତି ଆୟଠାରୁ ୩୩୬ ପ୍ରତିଶତ ସମ୍ପତ୍ତି ମିଳିଥିବା ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସ ପି ଏମ୍ ରାଧାକ୍ରିଷ୍ଣ। ଭିଜିଲାନ୍ସ ବିଶ୍ବବନ୍ଧୁଙ୍କ ଭିଏସ୍ଏସ ନଗରରେ ଥିବା ବିଲ୍ଡିଂ GL ୭୩ ପ୍ଲଟ ନମ୍ବର ୯୫୦୫, ରୁଦ୍ରପୁର ଆସୋଟେକ ପ୍ରାଇଡ଼ରେ ଥିବା ଫ୍ଲାଟ, ଭଦ୍ରକ ମଠ ସାହିରେ ଥିବା ବିଲ୍ଡିଂ, ଭଦ୍ରକ ତୋରଣପଡାସ୍ଥିତ ପୈତୃକ ଘର ଓ ଭିଏସ୍ଏସ ନଗର ସ୍ଥିତ ସମ୍ପର୍କୀୟଙ୍କ ଘର, ଉନ୍ନତି ଭବନରେ ଥିବା EICଙ୍କ ଅଫିସରେ ରେଡ୍ କରିଥିଲା। ଏହି ରେଡ୍ରେ ୭ DSPଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ଚଢ଼ଉରେ ସାମିଲ ହୋଇଥିଲେ।





