ଯାଜପୁର, (ବାଘୁଆବାର୍ତ୍ତା): ଲାଞ୍ଚ ନେବାବେଳେ ଧରିପଡ଼ିଲେ ଜିଆରଏସ। କୋରେଇ ବ୍ଲକ ଗୋଲେଇପୁର ପଞ୍ଚାୟତର ଜିଆରଏସ ଦିଲୀପ କୁମାର ଦିକ୍ଷୀତଙ୍କୁ ଲାଞ୍ଚନେବାବେଳେ ଧରିଲା ଯାଜପୁର ଦୁର୍ନୀତି ନିବାରଣ ବିଭାଗ। ଦିଲ୍ଲୀପ କୁମାର ଇନ୍ଦିରା ଆବାସ ଘର ଯୋଗାଇଦେବାକୁ କହି ତେଲିଆ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତେବେ ଏହି ସମୁଦାୟ ଟଙ୍କା ତାଙ୍କ ଠାରୁ ସିଜ୍ କରାଯାଇଛି। ଏହା ସହ ଭିଜିଲାନ୍ସ ଟିମ୍ ଦିଲ୍ଲୀପ କୁମାର ଯାଜପୁର ସ୍ଥିତ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି। ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ଆଗାମୀ ତଦନ୍ତ ଜାରି ରହିଛି।





