ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲାରେ ଜିଏସ୍ଟି ରେଡ୍ । କନକ ଅଳଙ୍କାରରେ ଜିଏସ୍ଟି ପକ୍ଷରୁ ରେଡ୍ କରାଯାଇଛି । ଏହି ରେଡ୍ରେ ବରିଷ୍ଠ ଅଧିକାରୀ ସାମିଲ ଥିବା ଜଣାପଡିଛି । ଖବର ଅନୁଯାୟୀ, ବିନା ବିଲ୍ରେ ସୁନା ଅଳଙ୍କାର ବିକ୍ରି କରାଯାଉଥିଲା । ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆକ୍ସନକୁ ଆସିଥିଲା ଜିଏସ୍ଟି । ଗୁରୁବାର ଦିନ କନକ ଅଳଙ୍କାରରେ ରେଡ୍ କରାଯାଇଥିଲା । ରାଜ୍ୟ ଜିଏସ୍ଟି ରାଉରକେଲା କାର୍ଯ୍ୟାଳୟର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ରେଡ୍ କରାଯାଇଛି । ଏହି ରେଡ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି । ତେଣୁ ରେଡ୍ ଶେଷ ପରେ ଜିଏସ୍ଟି ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।





