ନୟାଗଡ଼, (ବାଘୁଆବାର୍ତ୍ତା): କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ଏବଂ କୋଭିଡ୍ ନିୟମର ଉଲଂଘନ ନକରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚଢ଼ାଉ ଚାଲିଥିବା ବେଳେ ସବୁ ନିୟମ କାନୁନକୁ ଫୁ କରି ଜିଲ୍ଲାର ଅନେକ ସ୍ଥାନରେ ଉଡ଼ାଇ ଦିଆଯାଉଛି । ଯାହାକୁ ନେଇ ଜିଲ୍ଲାପାଳ ଡ. ପୋମା ଟୁଡୁ ସ୍ପେଶାଲ ସ୍ୱାର୍ଡ଼ ଗଠନ କରିଥିବା ବେଳେ ଏହାର ଦାୟିତ୍ୱ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ନେଇଛନ୍ତି । ଆଜି ସ୍ୱାର୍ଡ଼ ନୟାଗଡ଼ ଉପକଣ୍ଠ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ଜଣାଯାଇଛି । ଏହି ଚଢ଼ାଉ ସମୟରେ ଘଡ଼ୁଆଳ ନିକଟରେ ଥିବା ପୂଷ୍ପା ରେଷ୍ଟୁରାଣ୍ଟରେ ବେଆଇନ ଭାବେ କୋଭିଡ୍ ନିୟମ ଉଲଂଘନ କରାଯାଉଥିବା ଦେଖିବାକୁ ପାଇଥିଲେ । ଯାହାକୁ ନେଇ ନୟାଗଡ଼ ଉପଜିଲ୍ଲାପାଳ ଏବଂ ତହସିଲଦାର୍ ଭିକାରୀ ସାହୁ ପୂଜା ରେଷ୍ଟୁରାଣ୍ଟଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି । ସେହିଭଳି ଖୁସି ହୋଟେଲରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ଉପଜିଲ୍ଲାପାଳ ଏବଂ ତହସିଲଦାର ୫ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏତଦ୍ ଭିନ୍ନ ଇଟାମାଟିର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାଯାଇଛି ।





