ନୟାଗଡ଼, (ବାଘୁଆବାର୍ତ୍ତା): ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି । ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିରୋଧୀ ଦଳର ନେତା ଓ କର୍ମୀ ମାନେ ବିଜୁ ଜନତା ଦଳରେ ଯୋଗ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟ ଓ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱକୁ ପସନ୍ଦ କରୁଛନ୍ତି ବିରୋଧୀ ଦଳର କର୍ମୀମାନେ ।

ଆଜି ନୟାଗଡ଼ ବ୍ଲକ ଗମ୍ଭାରିଡିହି ଗ୍ରାମ ପଞ୍ଚାୟତ ଦେଉଳି ଗ୍ରାମର ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଦେଉଳି ଗ୍ରାମର ପ୍ରହଲ୍ଲାଦ ବେହେରା, ବସନ୍ତ କୁମାର ବେହେରା, ଧର୍ମପଦ ଜେନା, ନିରୋଦ ମହାପାତ୍ର, ମଙ୍ଗୁଳି ବେହେରା, ଟୁକୁନା ସାହୁ, ଶରତ ପ୍ରଧାନ ଓ ରବିନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।





