ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ରଙ୍ଗଣୀପାଟଣା ସ୍ମଶାନ ନିକଟରୁ ବନବିଭାଗ ଚଢ଼ାଉ କରି ମୂଲ୍ୟବାନ କାଠ ଗଣ୍ଡି ଜବତ କରିଛି।ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ସମୟରେ ରଙ୍ଗଣୀପାଟଣା ସ୍ମଶାନ ନିକଟରେ ବେଆଇନ ଭାବରେ କାଠ କଟାଯାଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବନପାଳ ସରିତା ବରାଳ ଅତର୍କିତ ଭାବରେ ଚଢ଼ାଉ କରିଥିଲେ।ବନବିଭାଗ ଗାଡିକୁ ଦୂରରୁ ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।ସେଠାରୁ ସିରିସ ସମେତ ଶାଳ,ପିଆଶାଳ,ଶାଗୁଆନ ଏବଂ ଆମ୍ବ ଗଣ୍ଡି ଜବତ କରିଥିଲେ।ଜବତ କାଠର ମୁଲ୍ୟର ଆନୁମାନିକ ୪୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି।ଏହି ଚଢ଼ାଉ ସମୟରେ ବନପାଳଙ୍କ ସମେତ ବନରକ୍ଷୀ ବନଶ୍ରୀ ନାୟକ,ଦିଲୀପ ପ୍ରଧାନ ଓ ବନବିଭାଗ ସ୍କ୍ୱାଡ଼ ସାମିଲ ଥିଲେ।





