ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ବୀଭତ୍ସ ହତ୍ୟା । ଭୁବନେଶ୍ବର ଚନ୍ଦକା ଗୋଠପାଟଣାରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଗୋଠପଟଣାରେ ଫାଣ୍ଡି ପାଖରୁ ମାତ୍ର ୫୦ ମିଟର ଦୂରରେ ହତ୍ୟାକାଣ୍ଡ । କେହି ଦୁର୍ବୃତ୍ତ ମହିଳାଙ୍କୁ ଛୁରା ମାଡ଼ କରିଥିବା ସୂଚନା । ଛୁରା ମାଡ କରି ଦୁର୍ବୃତ୍ତ ଫେରାର । ମୃତ ମହିଳା ହେଉଛନ୍ତି ୩୫ ବର୍ଷୀୟ ସସ୍ମିତା ବେହେରା । ମୃତ ମହିଳା ଗୋଠପାଟଣା ବଜାରରେ ସେ ଏକ ଜଳଖିଆ ଦୋକାନ କରିଥିଲେ । ପରିବାର ସହ କ୍ରିଷ୍ନାପୁରୀ କଲୋନୀରେ ରହୁଥିଲେ । ତେବେ ମହିଳାଙ୍କୁ କିଏ ହତ୍ୟା କଲା ଓ କାହିଁ କି ତାହା ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଚନ୍ଦକା ଥାନା ପୋଲିସ ।





