କୋଲକତା, (ବାଘୁଆବାର୍ତ୍ତା): ଚଳିତ ବିଶ୍ୱକପ ୨୦୨୩ ର ଭାରତ ଓ ଦକ୍ଷିଣଆଫ୍ରିକା ଅଷ୍ଟମ ମ୍ୟାଚରେ ଧରାଶାୟୀ ହେଉଛି ଦକ୍ଷିଣଆଫ୍ରିକା । ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଉଇକେଟ ହରାଇ ୩୨୬ ରନ କରିବାରେ ସକ୍ଷମ ହୋଇଛି । ତେବେ ଦକ୍ଷିଣଆଫ୍ରିକା ଆଗରେ ୩୨୭ ରନର ବିଜୟ ଲକ୍ଷ ଥିବା ବେଳେ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଖବର ଲେଖା ହେବା ପର୍ଯ୍ୟନ୍ତ ୨୨.୪ ଓଭର ସୁଦ୍ଧା ଦଳର ମୁଲ୍ୟବାନ ୭ଟି ଉଇକେଟ ହରାଇ ୭୦ ରନ କରି ବ୍ୟାଟିଙ୍ଗ ଜାରି ରଖିଛି । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୪ଟି ଉଇକେଟ, ମହମ୍ମଦ ଶାମି ୨ଟି ଉଇକେଟ ଓ ମହମ୍ମଦ ସିରାଜ ଗୋଟିଏ ଉଇକେଟ ନେଇଥିବା ଜଣାପଡିଛି ।






