Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନକଲି ସୁନାକୁ ଅସଲି କହି ଅଢ଼େଇ ଲକ୍ଷରେ ବିକ୍ରି କରିଥିଲେ ଦଲାଲ, ୪ ଜଣଙ୍କୁ ବାନ୍ଧିଲା ପୁଲିସ

by ସଞ୍ଜୟ ସ୍ୱାଇଁ
November 3, 2023
in Crime, State
ନକଲି ସୁନାକୁ ଅସଲି କହି ଅଢ଼େଇ ଲକ୍ଷରେ ବିକ୍ରି କରିଥିଲେ ଦଲାଲ, ୪ ଜଣଙ୍କୁ ବାନ୍ଧିଲା ପୁଲିସ
131
VIEWS
Share on FacebookShare on Twitter

ଜଳେଶ୍ୱର, (ବାଘୁଆବାର୍ତ୍ତା): ଇକବାଲ୍‌ ଖାଁ ଚାଚାଙ୍କୁ ଠକିଗଲେ। ଅସଲି କହି ନକଲି ସୁନା ଦୀପ ଧରାଇଦେଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ୪ ନକଲି ସୁନା ବେପାରୀଙ୍କୁ ଗିରଫ କରିବା ସହିତ ଦୁଇ କେଜିରୁ ଅଧିକ ନକଲି ସୁନା ଜବତ କରିଛି। ଜଳେଶ୍ୱର ଥାନା ପଥରପୁରା ଗାଁର ଇକବାଲ୍‌ ଖାଁ ପେଶାରେ ଜଣେ ଫେରିବାଲା। ସେ କମର୍ଦ୍ଦା ଅଞ୍ଚଳରେ ବୁଲି ବୁଲି ଫେରି କରନ୍ତି। ସେଥିରୁ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ପୂରା ପରିବାର। ଇକବାଲ୍‌ ନିଜ ଫେରି କାମରେ ବ୍ୟସ୍ତ ଥିବା ବେଳେ କମର୍ଦ୍ଦା ଅଞ୍ଚଳର ଜଣେ ସୁନା ବେପାରୀଙ୍କ ହାବୁଡ଼ରେ ପଡି ଯାଇଥିଲେ। ସୁନା ବେପାରୀ ଜଣକ ମିଷ୍ଟ ଭାଷୀ। ତାଙ୍କ କଥାରେ ଚାତୁରିରେ ଫସି ଯାଇଥିଲେ ଇକବାଲ୍‌। ଇକବାଲ୍‌ ସୁନା ଦୀପ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହା ପରେ ସୁନା ବେପାରୀମାନେ ତାଙ୍କୁ ସୁନା ଦୀପ ଦେଇଥିଲେ। ଇକବାଲ୍‌ ସେମାନଙ୍କୁ ୨ ଲକ୍ଷ ୫୦ ଟଙ୍କାରେ ଦେଇଥିଲେ। ପରେ ଆଉ ଲକ୍ଷେ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଇକବାଲ୍‌ କିଣିଥିବା ସୁନା ଦୀପକୁ ଯାଞ୍ଚ ପାଇଁ ବଣିଆଙ୍କ ପାଖକୁ ନେଇଥିଲେ। ଯାଞ୍ଚ ପରେ ସେ ଗୁଡ଼ିକ ସୁନା ନୁହେଁ, ପିତଳ ବୋଲି ଜାଣିବାକୁ ପାଇଥିଲେ। ଏହା ପରେ ଇକବାଲ୍‌ଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ସେ ଏନେଇ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ର ଯୋଜନା ମୁତାବକ, ବାକିଥିବା ଟଙ୍କା ଦେବା ପାଇଁ ସୁନା ବେପାରୀଙ୍କୁ ଡାକିଥିଲେ ଇକବାଲ୍‌। ଟଙ୍କା ନେବା ପାଇଁ ରାଜଘାଟ ନିକଟକୁ ୪ ନକଲି ସୁନା ବେପାରୀ ଆସିଥିବା ବେଳେ ସେମାନଙ୍କୁ ମାଡ଼ି ବସିଥିଲା ଜଳେଶ୍ୱର ପୁଲିସ୍‌। ସେମାନଙ୍କଠାରୁ ଦୁଇ କେଜିର ନକଲି ସୁନା ଦୀପ, ନଗଦ ୭୫ ହଜାର ଟଙ୍କା, ଗୋଟିଏ ଡ୍ରିଲ୍‌ ମେଶିନ୍‌, ୪ଟି ମୋବାଇଲ ଫୋନ୍‌ ଓ ୩ଟି ବାଇକ୍‌ ଜବତ କରିଥିଲା ପୁଲିସ୍‌। ଏହି ଘଟଣାର ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ପୁଲିସ୍‌ ତାହା ଉପରେ ତଦନ୍ତ ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!