ନୟାଗଡ଼,(ବାଘୁଆବାର୍ତ୍ତା): ଏନ୍ଏସ୍ୟୁଆଇ ଜାତୀୟ ସାଧାରଣ ସଂପାଦକ ତଥା ଓଡ଼ିଶା ସାଂଗଠନିକ ପ୍ରଭାରୀ ରୋଶନ୍ ଲାଲ ବିଟୁ ଆଜି ନୟାଗଡ଼ ଜିଲ୍ଲା ଗ୍ରସ୍ତ କରି ଜିଲ୍ଲାର ଛାତ୍ର କଂଗ୍ରେସ ନେତାମାନଙ୍କ ସହ ଆଲୋଚନା କରି ସାରା ଜିଲ୍ଲାରେ ଛାତ୍ର କଂଗ୍ରେସର ସଂଗଠନ କିଭଳି ସୁଦୃଢ଼ ହେବ ସେ ବିଷୟରେ ଛାତ୍ର ସଂଗଠନ ମାନଙ୍କଠାରୁ ମତାମତ ଲୋଡ଼ଛନ୍ତି । ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସଭାପତି ରଣଜିତ ଦାଶଙ୍କ ଆବାସିକ କାର୍ଯ୍ୟାଳୟଠାରେ ସାମାଜିକ ଦୂରତ୍ୱ ବଜାୟ ରଖି ପାରସ୍ପରିକ ଆଲୋଚନା କରାଯାଇଛି । ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ସୈାମ୍ୟ ମିଶ୍ର, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ହୁସେନ ଖାଁ, କମଳ ଚରଣ ସାହୁ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଅକ୍ଷୟ କୁମାର ମଲ୍ଲ, ଯୁବ ସୋସିଆଲ ମିଡିଆ ସଂଯୋଜକ ଜ୍ୟୋତି ରଂଜନ ଦାଶ, ନ୍ନେ୍ ସଭାପତି ଦୀପକ କୁମାର ବେହେରା, ଫକିର ଚରଣ ମଲ୍ଲ ପ୍ରମୂଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।





