Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରି କରି ଚମ୍ପଟ ମାରୁଥିଲେ, ଗାଡ଼ିରୁ ସରିଗଲା ତେଲ, ମାଡ଼ିବସିଲେ ଲୋକ

by ସଞ୍ଜୟ ସ୍ୱାଇଁ
November 3, 2023
in Crime, State
ଚୋରି କରି ଚମ୍ପଟ ମାରୁଥିଲେ, ଗାଡ଼ିରୁ ସରିଗଲା ତେଲ, ମାଡ଼ିବସିଲେ ଲୋକ
161
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା): ରାତିରେ ଚୋରି କରି ବାଇକ୍‌ରେ ଚମ୍ପଟ ମାରୁଥିଲେ ୬ ଡକାୟତ। ହେଲେ ଅଧା ବାଟରେ ବାଇକ୍‌ରୁ ସରିଗଲା ପେଟ୍ରୋଲ୍‌। ତା’ପରେ ବାଇକ୍ ଛାଡ଼ି ଦୌଡ଼ି ପଳାଉଥିବା ବେଳେ ମାଡ଼ି ବସିଥିଲେ ଗାଁ ଲୋକେ। ଖାଲି ଧରିନଥିଲେ, ବହେ ନାଦି ଥିଲେ। ଏପରି ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ଗୁରୁବାର ବିଳମ୍ୱିତ ରାତିରେ ୬ ଜଣ ଡକାୟତ ୪ଟି ବାଇକ୍‌ରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାଙ୍ଗାଉପରସାହି ପଞ୍ଚାୟତର କାଲିକୁଟି ଗାଁରେ ପଶିଥିଲେ। ସେମାନେ ଚିତ୍ରସେନ ଦିଗାଲଙ୍କ ଘରେ ପଶିଥିଲେ। ପରିବାର ଲୋକ ଶୋଇଥିବା ବେଳେ ୬ ଡକାୟ ଘରେ ଥିବା ସବୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ୍‌ କରି ଚମ୍ପଟ ମାରୁଥିଲେ। ସେହି ସମୟରେ ଚିତ୍ରସେନ ଦିଗାଲଙ୍କ ପରିବାର ଲୋକେ ଜାଣିପାରି ଚିତ୍କାର କରିଥିଲେ। ଚିତ୍ରସେନ ଦିଗାଲଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ଗାଁ ଲୋକେ ନିଦରୁ ଉଠି ପଡ଼ିଥିଲେ। ଆଉ ଡକାୟତମାନଙ୍କୁ ଗୋଡ଼ାଇଥିଲେ। କିଛି ବାଟ ଗଲା ପରେ ଡକାୟତଙ୍କ ବାଇକ୍‌ରୁ ପେଟ୍ରୋଲ୍‌ ସରି ଯାଇଥିଲା। ଯେଉଁଥିପାଇଁ ଡକାୟତମାନେ ବାଇକ୍‌ ଛାଡ଼ି ଧାଇଁ ପଳାଇ ଯାଉଥିଲେ। ପିଛା କରୁଥିବା ଗାଁ ଲୋକେ ସେମାନଙ୍କୁ ମାଡ଼ି ବସିଥିଲେ। ପରେ ବହେ ନାଦିଥିଲେ। ଯିଏ ଯେମିତି ପାରିଲା ଛେଚିଲା। ତା’ପରେ ଡକାୟତମାନଙ୍କୁ ଧରି ଗାଁକୁ ଆଣିଥିଲେ। ସେମାନଙ୍କ ବେକରେ ପଚଲ ମାଳ ପକାଇ ଗାଁ ସାରା ବୁଲାଇଥିଲେ। ଗାଁ ଲୋକେ ଏନେଇ ଫିରିଙ୍ଗିଆ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ସେମାନଙ୍କୁ ଗିରଫ କରିବା ସହିତ ୪ଟି ବାଇକ୍‌ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ଆଉ କେଉଁକେଉଁ ଅପରାଧରେ ସାମିଲ୍‌ ଅଛନ୍ତି, ପୁଲିସ୍‌ ତାହା ଉପରେ ତଦନ୍ତ ଚଳାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!