ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୀମାନ୍ତକୁ ଗତକାଲି ସିଲ୍ କରାଯାଇଥିବା ବେଳେ ଆଜି ଓଡ଼ଗାଁ ତହସିଲଦାର୍ ବିଜେୟିତା ସାମନ୍ତ ସିଂହାର ବିଭିନ୍ନ ଚେକିଂ ପଏଣ୍ଟ ଗୁଡ଼ିକରେ କଡ଼ାକଡ଼ି ଭାବେ ଯାଂଚ କରିଛନ୍ତି । ଗଞ୍ଜାମ ଜିଲ୍ଲାରୁ ନୟାଗଡ଼କୁ ଆସୁଥିବା ମାଲ ପରିବହନ ଗାଡ଼ି ଏବଂ ଜରୁରୀକାଳିନ ଗାଡ଼ି ବ୍ୟତିତ ଅନ୍ୟ କୈାଣସି ଯାନକୁ ପ୍ରବେଶ ନିଷେଦ୍ଧ କରାଯାଇଛି । ପୁଲିସ ପକ୍ଷରୁ ଏହି ସ୍ଥାନରେ ଚେକିଂ ପଏଣ୍ଟ କରାଯାଇଥିବା ବେଳେ କୈାଣସି ବି ପରିସ୍ଥିତିରେ ଯେପରି କୋଭିଡ୍ ନିୟମ ଉଲଂଘନ ନହେବ ସେ ନେଇ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି ।





