କଟକ, (ବାଘୁଆବାର୍ତ୍ତା): କଟକ ଚଣ୍ଡୀ ଛକରେ ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ହାତାହାତି । ଘଟଣାରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ସତୀଚୌରା ଇଦଘା କଲୋନୀର ମହମ୍ମଦ ରୋଶନ। କଟକ ଲାଲବାଗ ଥାନା ଅଞ୍ଚଳରେ ଗୁରୁବାର ଏହି ଘଟଣା ଘଟିଛି। ଆଜି ଅପରାହ୍ଣ ପ୍ରାୟ ୩ ଟା ରୁ ୩.୩୦ ସମୟରେ ମୃତ୍ୟୁବରଣ କରିଥିବା ଅଟୋ ଚାଳକ ରୋସନ ମଦ ପିଇ ଅନ୍ୟ ଜଣେ ଅଟୋ ଚାଳକକୁ ଠେଲା ପେଲା କରୁଥିଲା। ସେହି ସମୟରେ ରୋଶନକୁ ଶରିଫ ଠେଲି ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ଏଥିରେ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମେଡିକାଲରେ ଡାକ୍ତର ରୋଶନକୁ ମୃତ ଘୋଷଣା କରିଛନ୍ତି। ସେପଟେ ପୋଲିସ ଶରିଫକୁ ଅଟକ ରଖି ପଚରାଉଚରା କରୁଛି।





