Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ରୀଲଙ୍କାକୁ ୩୫୮ ରନର ଟାର୍ଗେଟ

by ସଞ୍ଜୟ ସ୍ୱାଇଁ
November 2, 2023
in NATIONAL NEWS, Sports, WORLD
ଶ୍ରୀଲଙ୍କାକୁ ୩୫୮ ରନର ଟାର୍ଗେଟ
50
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଗର୍ଜିଛି ୩ ଭାରତୀୟଙ୍କ ବ୍ୟାଟର। ଶୁବମନ ଗିଲଙ୍କ ୯୨, ବିରାଟ କୋହଲିଙ୍କ ୮୮ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ୮୨ ରନ ବଳରେ ମୁମ୍ବାଇର ୱାଙ୍ଖେଡେରେ ବଡ଼ ସ୍କୋର କରିଛି ଟିମ ଇଣ୍ଡିଆ। ଶ୍ରୀଲଙ୍କାର ଦ୍ରୁତ ବୋଲର ଦିଲସାନ ମଧୁଶଙ୍କାଙ୍କ ୫ ସଫଳତା ସତ୍ତ୍ୱେ ଭାରତ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ ହରଇ ୩୫୭ ରନ କରିଛି। ଫଳରେ ଶ୍ରୀଲଙ୍କାକୁ ବିଶ୍ୱକପର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଜିତିବା ପାଇଁ ୩୫୮ ରନର ଟାର୍ଗେଟ ମିଳିଛି। ମଧୁଶଙ୍କା ପ୍ରଥମଥର ପାଇଁ ବିଶ୍ୱକପରେ ୫ ୱିକେଟ ସଫଳତା ପାଇଛନ୍ତି। ଟସ୍‌ ହାରି ମୁମ୍ବାଇର ୱାଙ୍ଖେଡେରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଇନିଂସର ଦ୍ୱିତୀୟ ବଲରେ ହିଁ ଅଧିନାୟକ ରୋହିତ ଶର୍ମା(୪)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମଧୁଶଙ୍କା ନେଇଥିଲେ। ଏହାପରେ ବିରାଟ କୋହଲି ଓ ଶୁବମନ ଗିଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ଦ୍ରୁତଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ଉଭୟ ଗିୟର ବଦଳାଇଥିଲେ। ଲାଗୁଥିଲା ଗିଲ ଓ ବିରାଟ ଶତକ ହାସଲ କରିବେ। କିନ୍ତୁ ପ୍ରଥମେ ଗିଲ ୯୨ ବଲରେ ୯୨ ରନ କରି ମଧୁଶଙ୍କାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତା’ ପରେ ସେ ବିରାଟ କୋହଲି(୮୮)ଙ୍କ ୱିକେଟ ମଧ୍ୟ ନେଇଥିଲେ। ଦଳୀୟ ସ୍କୋର ୧୯୬ ଥିବା ବେଳେ ଦଳ ବିରାଟଙ୍କୁ ହରାଇଥିଲା। ଏତିକି ବେଳେ ଆୟର ଓ କେଏଲ ରାହୁଲ କାଉଣ୍ଟର ଆଟାକ ଆରମ୍ଭ କରିଥିଲେ। ବିଶେଷ କରି ଆୟରଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ରାହୁଲ ତାଙ୍କୁ ସାଥ ଦେବାକୁ ଚେଷ୍ଟା କରିଥିଲେ ହେଁ କେବଳ ୨୧ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଦୁଷ୍ମନ୍ତ ଚାମୀରାଙ୍କ ଖାତାକୁ ଯାଇଛି। ସୂର୍ଯ୍ୟ କୁମାର ଯାଦବ ୨ଟି ଚୌକା ମାରିଥିଲେ ହେଁ କେବଳ ୧୨ ରନ କରିଥିଲେ। ତାଙ୍କ ୱିକେଟ ବି ମଧୁଶଙ୍କା ନେଇଥିଲେ। ଭାରତ ଲଗାତର ଦୁଇଟି ୱିକେଟ ହରାଇଥିଲେ ହେଁ ଆୟର ବଡ଼ବଡ଼ ଶଟ ଖେଳିବା ବନ୍ଦ କରି ନଥିଲେ। ଏଥିସହ ଚଳିତ ବିଶ୍ୱକପରେ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ସେ ଶତକ ଆଡ଼କୁ ଯାଉଥିବା ବେଳେ ୪୮ତମ ଓଭର ବୋଲିଂ କରିବାକୁ ଆସିଥିଲେ ମଧୁଶଙ୍କା। ତାଙ୍କର ପ୍ରଥମ ଦୁଇଟି ବଲରେ ୨ଟି ଛକା ମାରି ଆୟର ନିଜର ବିସ୍ଫୋରକ ରୂପ ଦେଖାଇଥିଲା। କିନ୍ତୁ ତୃତୀୟ ବଲରେ ସେ ବଡ଼ ଶଟ ମାରିବାକୁ ଯାଇ ଆଉଟ ହୋଇଯାଇଥିଲେ। ଆୟରଙ୍କୁ ଆଉଟ କରି ମଧୁଶଙ୍କା ନିଜର ୫ମ ୱିକେଟ ଦଖଲ କରିଥିଲେ। ୫୬ ବଲରେ ୮୨ ରନର ଇନିଂସ ଖେଳିଥିବା ଆୟର ୬ଟି ଛକା ଓ ୩ଟି ଚୌକା ମାରିଛନ୍ତି। ଆୟରଙ୍କ ପରେ ମହମ୍ମଦ ଶାମିଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ରବୀନ୍ଦ୍ର ଜାଡେଜା। ସେ ଗୋଟିଏ ଚୌକା ଓ ଛକା ମାରି ୪୯ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୩୫୨ରେ ପହଞ୍ଚାଇ ଦେଇଥିଲେ। ଶେଷ ଓଭର ବୋଲିଂ କରିବାବୁକ ଆସିଥିଲେ କସୁନ ରଜିଥା। ପ୍ରଥମ ବଲରେ ଜାଡେଜା ୨ ରନ ହାସଲ କରିଥିଲେ। କିନ୍ତୁ ଦ୍ୱିତୀୟ ବଲରେ ସେ ଏକ ରନ ନେଇଥିଲେ। ଫଳରେ ଶାମିଙ୍କୁ ଷ୍ଟ୍ରାଇକ ମିଳିଥିଲା। ତୃତୀୟ ବଲରେ ଶାମି ରନ ଆଉଟ ହୋଇଯାଇଥିଲେ। ପରବର୍ତ୍ତୀ ବଲ ସାମ୍ନା କରିବାକୁ ଆସିଥିବା ଯଶପ୍ରୀତ ବୁମ୍ରା ୧ ରନ ନେଇଥିଲେ। ୫ମ ବଲରେ ଜାଡେଜା କୌଣସି ରନ କରିପାରି ନଥିଲେ। ଶେଷ ବଲରେ ସେ ୨ ରନ ନେବାକୁ ଚେଷ୍ଟା କରି ରନ ଆଉଟ ହୋଇଯାଇଥିଲେ। ଜାଡେଜା ଆଜି ୨୪ ବଲରେ ୩୫ ରନର ଇନିଂସ ଖେଳିଛନ୍ତି। ଭାରତ ୮ ୱିକେଟ ହରାଇ ୩୫୭ ରନ କରିଥିବାରୁ ଏବେ ଶ୍ରୀଲଙ୍କାକୁ ୩୫୮ ରନର ଟାର୍ଗେଟ ମିଳିଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!