ନୟାଗଡ଼, (ବାଘୁଆବାର୍ତ୍ତା): ଇଟାମାଟି ଥାନା ଅଞ୍ଚଳରେ ଅଘଟଣ । ଜଣେ ଯୁବକ ଏକ ଲଣ୍ଡ୍ରି ଦୋକାନ ମାଲିକଙ୍କୁ ଦାଦାବଟି ମାଗିବା ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଇଟାମାଟି ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ସୁଚନାନୁସାରେ ଇଟାମାଟି ନହର ସାହିର କାର୍ତ୍ତିକ ସେଠି ଇଟାମାଟି ବସ ଷ୍ଟାଣ୍ଡରେ ଏକ ଲଣ୍ଡ୍ରି ଦୋକାନ ଦେଇଛନ୍ତି । ସେହି ସାହିର ଅମର ସେଠିଙ୍କ ପୁଅ ମୁନା ସେଠି ଲଣ୍ଡ୍ରି ଦୋକାନକୁ ଆସି ଏକ ହଜାର ଟଙ୍କା ଦାଦା ବଟି ମାଗୁଥିଲେ । ଲଣ୍ଡ୍ରି ଦୋକାନି ଦାଦା ବଟି ଦେଇ ନଥିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରିବାର ଲୋକ ଖବର ପାଇ କାର୍ତ୍ତିକଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସା ପାଇଁ ଆଣିଥିଲେ । କାର୍ତ୍ତିକ ସେଠିଙ୍କ ପତ୍ନୀ ଶ୍ୟାମଳୀ ସେଠି ଥାନାରେ ଅଭିଯୋଗ କରିଥିଲେ । ଇଟାମାଟି ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ୨୪୩/୨୩ ରେ ଏକ ମାମଲା ରୁଜ କରି ମୁନା ସେଠିକୁ ଗିରଫ କରି କୋର୍ଟ ଚାଲାଣ କରିଛି ।





