ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧ରେ ପଂହଚିଛି । ସେଥିମଧ୍ୟରେ ୩୩୮ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୮୯ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୭, ବାଲେଶ୍ୱର ୩୦, ଭଦ୍ରକ ୨, ବୈାଦ୍ଦ ୫, କଟକ ୧୪, ଢେଙ୍କାନାଳ ୪, ଗଜପତି ୧୭, ଗଂଜାମ ୨୬୦, ଜଗତସିଂହପୁର ୭, ଯାଜପୁର ୯, ଝାରସୁଗୁଡ଼ା ୧, କନ୍ଧମାଳ ୧, କେନ୍ଦ୍ରାପଡ଼ା ୩, କେନ୍ଦୁଝର ୪୮, ଖୋର୍ଦ୍ଧା ୫୬, କୋରାପୁଟ ୬, ମାକାନଗିରି ୧, ମୟୁରଭଂଜ ୧୪, ନୟାଗଡ଼ ୧, ପୁରୀ ୫, ରାୟଗଡ଼ା ୧, ସମ୍ବଲପୁର ୩, ସୁନ୍ଦରଗଡ଼ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୨୮ଟି ମାମଲା ସକ୍ରିୟ ରହିଥିବା ୭୦୦୬ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।





