ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଘରେ ପଶି ଅଜଣା ଯୁବକର ଛାତ୍ରକୁ ଛୁରାମାଡ଼ । ଘରେ ପାଠ ପଢ଼ୁଥିବା ବେଳେ ଛୁରାମାଡ଼ କରି ଫେରାର ହେଇଗଲା ଯୁବକ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ଘଟଣା । ଛୁରାମାଡ଼ ହୋଇଥିବା ଛାତ୍ରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ବେକ, ଛାତି, ହାତ ସହିତ ଶରୀରର ଅନେକ ସ୍ଥାନରେ ୩ରୁ ଉର୍ଦ୍ଧ୍ବ ଥର ଛୁରାମାଡ଼ କରିଛି ଦୁର୍ବୁତ୍ତ । ଛୁରାମାଡ଼ରେ ମୃତ ଛାତ୍ର ଜଣକ ବେଣାପଞ୍ଜରୀ ଗ୍ରାମର ମନୋଜ ପାଲଟାସିଂଙ୍କ ପୁଅ ଶୁଭମ ସ୍ୱରୂପ ବୋଲି ଜଣାପଡିଛି । ଶୁଭମ ଷଣ୍ଢପୁର ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ତେବେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।





