ଫୁଲବାଣୀ, (ବାଘୁଆବାର୍ତ୍ତା): ଲାଞ୍ଚ ନେଇ ଧରାପଡିଲେ କନଷ୍ଟେବଳ । ୬ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ପୋଲିସ କନଷ୍ଟେବଳ ଗିରଫ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବଘିଆପଡ଼ା ଗ୍ରାମରେ ଚାଲିଥିବା ବେଆଇନ ଗଞ୍ଜେଇ ଗଛ ନ କାଟିବା ପାଇଁ ଗ୍ରାମବାସୀ ମାନଙ୍କ ଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ କନଷ୍ଟେବଳ ଗିରଫ ହୋଇଛନ୍ତି ।
ବୌଦ୍ଧ ଜିଲ୍ଲା ଏସପିଙ୍କ ସ୍ୱତନ୍ତ୍ର ସ୍କ୍ୱାଡ଼ର କନଷ୍ଟେବଳ ହରିଶ୍ଚନ୍ଦ୍ର ସାହୁଙ୍କୁ ଫୁଲବାଣୀ ଭିଜିଲାନ୍ସ ଗିରଫ କରିଛି । ଫୁଲବାଣୀ ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତି, ବୌଦ୍ଧ ଡିଏସପି ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ତାଙ୍କୁ ବଘିଆପଡ଼ା ଫାଣ୍ଡି ନିକଟରୁ ଟଙ୍କା ସହିତ ଗିରଫ କରିଥିବା ସୂଚନା ମିଳିଛି । ଗିରଫ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ପଚରା ଉଚରା କରୁଛନ୍ତି । ଏନେଇ ଭିଜିଲାନ୍ସ ବିଭାଗ ତରଫରୁ ଏକ ମାମଲା ରୁଜୁ ହୋଇଛି ।





