କଟକ, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ବୋଲି ପରିଚୟ ଦେଇ ଠକେଇ। ୪୬ ହଜାର ୫୦୦ ଟଙ୍କା ଠକେଇ ଅଭିଯୋଗରେ ଜଣେ କିନ୍ନର ଗିରଫ। କଟକ ସାଇବର ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ, ଅନୁଗୁଳ ଜିଲ୍ଲାର ସୌମ୍ୟ ରଂଜନ ପ୍ରଧାନ ଆଲିଆସ ଲକି ଆଲିଆସ ସୁଲଗ୍ନା। ଅଭିଯୁକ୍ତ ଠାରୁ ଦୁଇଟି ଫୋନ, ଦୁଇଟି ସୀମ କାର୍ଡ ଜବତ। ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କଲା ପୋଲିସ। କଟକର ଏକ ଘରୋଇ ହସ୍ପିଟାଲ ମ୍ୟାନେଜରଙ୍କୁ ଫୋନ କରି ଟଙ୍କା ଠକି ନେଇଥିବା ଅଭିଯୋଗ। ମା ଶିବାନି ଦୁର୍ଗା ନାମକ ଜଣେ ମାତାଜୀ ହସ୍ପିଟାଲର ମଙ୍ଗଳ ଓ ଉନ୍ନତି ପାଇଁ ଯଜ୍ଞ କରିବେ । ତେଣୁ ୩୧ କେଜି ଘିଅ ପାଇଁ ଡିଜିଟାଲ ପେମେଣ୍ଟ କରି ଟଙ୍କା ପଠାଇବାକୁ କହିଥିଲା ଅଭିଯୁକ୍ତ। ଦୁଇ ବର୍ଷ ତଳେ ଦିଲ୍ଲୀ ଯାଇ ସାଇବର ଆର୍ଥିକ ଠକେଇ କିପରି କରିବାକୁ ହୁଏ , ତାହା ଶିଖି ଥିଲା ଅଭିଯୁକ୍ତ। ଏହା ପରେ ଓଡିଶା ଆସି ଏକ କିନ୍ନର ଗ୍ରୁପକୁ ନେଇ କୃଷି ମନ୍ତ୍ରୀଙ୍କ ନିକଟକୁ ଡୋନେସନ ପାଇଁ ଯାଇଥିଲା ଅଭିଯୁକ୍ତ। ସେହି ସମୟରେ କୃଷି ମନ୍ତ୍ରୀଙ୍କର କଥା କହିବା ଶୈଳୀ ଏବଂ ସ୍ୱର ନକଲ କରିବା ଶିଖିଥିଲା ଅଭିଯୁକ୍ତ। ଏହା ପରେ ଏହି ଠକେଇ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। ଏହିପରି ଶହେରୁ ଅଧିକ ଲୋକଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି।





