ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୯ ଜଣଙ୍କ ମଧ୍ୟରୁ ୧୧ଟି ସ୍ଥାନୀୟ ସଂକ୍ରମଣ ରହିଥିବା ବେଳେ ୮ଟି ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା କୋଭିଡ୍ ନୋଡାଲ୍ ଅଧିକାରୀ ଧନରାଜ୍ ଏଚ୍.ଡି ସୂଚନା ଦେଇଛନ୍ତି । ସୂଚନାନୁସାରେ, ଓଡ଼ଗାଁ ବ୍ଲକରୁ ୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁନାମୁହିଁ ପଂଚାୟତରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୁରାଳ ପଂଚାୟତରୁ ଜଣେ ଏବଂ ଓଡ଼ଗାଁରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ନୂଆଗାଁ ବ୍ଲକ ମହୀପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ ବ୍ଲକରୁ ପଣ୍ଡୁସରରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିରିଡ଼ା ପଂଚାୟତ ଜଣେ ଆକ୍ରାନ୍ତ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ନୂଆଗାଁ ବ୍ଲକ ମହୀପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରଣପୁର ବ୍ଲକରୁ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରେ ମଝିଆଖଣ୍ଡ ସଂଗରୋଧରୁ ୪ ଜଣ ଏବଂ ଗୋପାଳପୁର ସଂଗରୋଧରୁ ୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଜିଲ୍ଲାରେ ପୂର୍ବରୁ ୨୦୨ ଆକ୍ରାନ୍ତ ରହିଥିବା ବେଳେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨୨୧ରେ ପହଂଚିଥିବା ଜଣାଯାଇଛି ।





