Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତେଜରାତି ଦୋକାନୀଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
October 24, 2023
in Crime, State
ତେଜରାତି ଦୋକାନୀଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ
108
VIEWS
Share on FacebookShare on Twitter

ଦେବଗଡ଼, (ବାଘୁଆବାର୍ତ୍ତା): ଦିନ ଦି’ପରେ ତେଜରାତି ଦୋକାନୀଙ୍କୁ ଛୁରୀ ଭୁଷିଲେ ଦୁର୍ବୃତ୍ତ। ତା’ରେ ଟଙ୍କା ବ୍ୟାଗ ଧରି ବାଇକ୍‌ରେ ଚମ୍ପଟ ମାରିଥିଲେ। ସାପ୍ତାହିକ ହାଟ ଚାଲିଥିବା ବେଳେ ଏପରି ଘଟଣା ଘଟିଛି ଦେବଗଡ଼ରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଦେବଗଡ଼ ଖପରସାହିର କୁନା ନାୟକ ହେଉଛନ୍ତି ଜଣେ ତେଜରାତି ଦୋକାନୀ। ଆଜି ସେ ତିଲେଇବଣୀ ସାପ୍ତାହିକ ହାଟ ଥିବାରୁ ତେଜରାତି ସଉଦା ବିକ୍ରି କରିବା ପାଇଁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ରୁ ସାଢ଼େ ୧୧ଟା ହେବ। ଗହଳି ଚହଳିରେ ଫାଟି ପଡ଼ୁଥିଲା ହାଟ। ପ୍ରବଳ ଭିଡ଼ ଲାଗି ରହିଥିଲା। ଠିକ୍‌ ସେହି ସମୟରେ ଦୁଇଟି ବାଇକ୍‌ରେ ୬ ଜଣ ଯୁବକ ଆସି କୁନାଙ୍କ ଦୋକାନ ପାଖରେ ଅଟକି ଥିଲେ। ପ୍ରଥମେ ତାଙ୍କୁ ବନ୍ଧୁକ ଦେଖାଇଥିଲେ। ତା’ପରେ ଟଙ୍କା ବ୍ୟାଗ ମାଗିଥିଲେ। ମାତ୍ର କୁନା ଟଙ୍କା ବ୍ୟାଗ୍‌ ଦେଇନଥିଲେ। ଦୁର୍ବୃତ୍ତମାନେ ଛୁରାରେ କୁନାଙ୍କ ପିଠିକୁ ଭୁସିଦେଇ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଯେଉଁଥିରେ ପ୍ରାୟ ୬୦ ହଜାର ଟଙ୍କା ଥିଲା। ଚିତ୍କାର ଶୁଣି ସାଥୀ ଦୋକାନୀ ଓ ହାଟୁଆମାନେ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ। ଏନେଇ ଦେବଗଡ଼ ଆଦର୍ଶ ଥାନାକୁ ଖବର ଦେବା ସହିତ କୁନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। କୁନାଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ପାରି ନାହିଁ ପୁଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!