Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସିଆନ୍ ପାରା ଗେମ୍ସ, ସ୍ୱର୍ଣ୍ଣ ଜିତିଲେ ଦୀପ୍ତି

by ସଞ୍ଜୟ ସ୍ୱାଇଁ
October 24, 2023
in NATIONAL NEWS, Sports, WORLD
ଏସିଆନ୍ ପାରା ଗେମ୍ସ, ସ୍ୱର୍ଣ୍ଣ ଜିତିଲେ ଦୀପ୍ତି
39
VIEWS
Share on FacebookShare on Twitter

ହଙ୍ଗଜୋ, (ବାଘୁଆବାର୍ତ୍ତା): ପାରା ଏସିଆନ୍ ଗେମ୍ସ ୨୦୨୩ରେ ଭାରତର ପଦକ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଯୋଗିତାର ଦ୍ୱିତୀୟ ଦିନ ୨୪ ଅକ୍ଟୋବରରେ ପ୍ରାଚୀ ଯାଦବ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ପରେ ମହିଳା ୪୦୦ ମିଟର-ଟି୨୦ରେ ଦୀପ୍ତି ଜୀବାଞ୍ଜୀ ଭାରତ ପାଇଁ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୫୬.୬୯ ସେକେଣ୍ଡରେ ଏକ ନୂଆ ଏସିଆନ୍ ପାରା ରେକର୍ଡ ଓ ଗେମ୍ସ ରେକର୍ଡ ସହ ସେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ଏହା ସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୮କୁ ବୃଦ୍ଧି ହୋଇଛି । ତେବେ ମହିଳା କାନୋଏ(ଏକ ପ୍ରକାର ନୌଚାଳନା) ଇଭେଣ୍ଟ୍ରେ ପ୍ରାଚୀ ଯାଦବ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସେ ମହିଳା କେଏଲ ୨ କାଟାଗୋରୀ ପାରା କାନୋଏ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏସୀୟ ପାରା କ୍ରୀଡ଼ାରେ ଦ୍ୱିତୀୟ ଦିନରେ ଏହା ପ୍ରଥମ ସ୍ୱର୍ଣ୍ଣ ପଦକ । ମହିଳା କେଏଲ ୨ ପାରା କାନୋଏରେ ପ୍ରାଚୀ ୫୪.୯୬୨ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ପୂର୍ବରୁ ପ୍ରାଚୀ ମହିଳା ବିଭାଗର କାନୋଏ ଇଭେଣ୍ଟ୍‌ରେ VL2 ବର୍ଗରେ ସିଲଭର ମେଡାଲ ଜିତିଥିଲେ । ସେହିପରି କେଏଲ୍‌ 3 ପୁରୁଷ ପାରା କାନୋଏରେ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି ମନୀଷ କୌବର । ସେ 44.605ରେ ନୌଚାଳନା ଶେଷ କରି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି । ଏହା ସହିତ ଭାରତର ପଦକ ସଂଖ୍ୟା 20ରେ ପହଞ୍ଚିଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!