ପୁରୀ: ମହାମାରୀ କରୋନା ଭାଇରସ୍ ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ପୁରୀ ଜିଲ୍ଲାପାଳ ନେଇଛନ୍ତି ବଡ଼ ନିଷ୍ପତ୍ତି। କରୋନା ସ୍ଥିତିକୁ ମୁକାବିଲା କରିବା ପାଇଁ ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କ ପାଇଁ କାଲିଠୁ ସ୍ୱର୍ଗଦ୍ୱାର ମନା। ଆଜିଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଲୋକଙ୍କ ଶବଦାହ ଉପରେ କଟକଣା ଲାଗିଛି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି। ଏନେଇ ଜିଳ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲିି ସେ କହିିଛନ୍ତି।ଏଥିସହିତ ଜିଲ୍ଲା ବାହାର ଲୋକ ସ୍ୱର୍ଗଦ୍ୱାରକୁ ମୃତଦେହ ନନେବା ପାଇଁ ପୁରୀ ଜିଲ୍ଲାପାଳ ଅପିଲ୍ କରିଛନ୍ତି।





