ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଅବସରପ୍ରାପ୍ତ ବାୟୁସେନା ଅଧିକାରୀଙ୍କୁ ଚୂନ ଲଗାଇଲେ । ସାଙ୍ଗ ହେବା ଆଳରେ ଡାଟା ସାଇଣ୍ଟିଷ୍ଟ ନେଇଗଲେ ୩୫ ଲକ୍ଷ ଟଙ୍କା । ଅଭିଯୋଗ ପରେ କରିତକର୍ମାକୁ ବାନ୍ଧିଲା ସାଇବର ଥାନା ପୋଲିସ । ନଗଦ ୬ ଲକ୍ଷ ଟଙ୍କା, ଚେକ୍ ବୁକ୍ ଜବତ କରି ତଦନ୍ତ ଚଳାଇଛି ପୋଲିସ । ସୂଚନାଯୋଗ୍ୟ ଯେ, ଟଙ୍କା ଲୋଭରେ ବାୟୁସେନା ଅଧିକାରୀଙ୍କୁ ଚୂନ ଲଗାଇଲେ । ସାଇବର ଠକ ନୁହେଁ, ବରଂ ବିଶ୍ୱାସରେ ବିଷ ଦେଲା ସାଙ୍ଗ । ଚଳୁ କରିଦେଲା ୩୫ ଲକ୍ଷ ଟଙ୍କା । ଏମ୍ସ ହସ୍ପିଟାଲରେ ଦେଖା ହୋଇଥିଲା । କିଛି ସମୟର ମିଳାମିଶା ଭିତରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବ ହୋଇଥିଲା । ହେଲେ ଟଙ୍କା ଲୋଭରେ ବନ୍ଧୁ ସାଜିଲେ ଲୁଟେରା । ସାଇବର ଲୁଟ୍ର ଶିକାର ହେଲେ ପୂର୍ବତନ ବାୟୁସେନା ଗ୍ରୁପ କ୍ୟାପଟେନ୍ । ବିଶ୍ୱାସ ଜନ୍ମାଇ ଜୀବନ ତମାମ ରୋଜଗାର କରିଥିବା ସମସ୍ତ ଟଙ୍କା ପୋଛି ନେଇଗଲା ସାଇବର ଲୁଟେରା ସାଙ୍ଗ । ଅନଲାଇନ୍ ଗେମିଂ ଆପ୍ରେ ଟଙ୍କା ହରାଇଥିବା ଲୋକଙ୍କୁ ସାହାଯ୍ୟ କରିବାକୁ କହି ୩୫ ଲକ୍ଷ ଟଙ୍କା ଲୁଟି ନେଲେ । ଲୁଟର ଶିକାର ହେଲେ ୫୯ ବର୍ଷ ବୟସ୍କ କିଶୋର ଚନ୍ଦ୍ର ଗନ୍ତାୟତ । କିଶୋର ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ । ତାଙ୍କ ସହ ବନ୍ଧୁତା ବଢାଇ ୩୫ ଲକ୍ଷ ଟଙ୍କା ଲୁଟ୍ କରିଥିଲେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ୨୫ ବର୍ଷ ବୟସ୍କ ସନ୍ତୋଷ ସାହୁ । ପୀଡିତ ଜଣଙ୍କ ଅନଲାଇନ ଗେମ୍ ଆପ୍ରେ ଲକ୍ଷାଧିକ ଟଙ୍କା ବ୍ୟୟ କରିବା ପରେ ଅଭିଯୁକ୍ତ ନିଜକୁ ଡାଟା ସାଇଣ୍ଟିଷ୍ଟ ବୋଲି ପରିଚୟ ଦେଇ ସରଳ ବିଶ୍ୱାସର ସୁଯୋଗ ନେଇ ସ୍କ୍ରିନ୍ ସେୟାର ଜରିଆରେ ଅଭିଯୋଗକାରୀଙ୍କ ମୋବାଇଲ ବ୍ୟବହାର କରି ଓଗଚଝ/ଟଚଓ/ଓଘଈ ଜରିଆରେ ବେଙ୍ଗାଲୁରୁ ଓ ଆସାନସୋଲ ସ୍ଥିତ ଆକାଉଣ୍ଟକୁ ଟଙ୍କା ପଠାଏ । ଚତୁରତାର ସହ ପରେ ନିଜ ଆକାଉଣ୍ଟକୁ ଟଙ୍କା ଫେରାଇ ଆଣେ । ଅକ୍ଟୋବର ୧୯ ତାରିଖରେ ଏ ନେଇ ଅଭିଯୋଗ ହେବା ପରେ ସାଇବର ଲୁଟେରା ସନ୍ତୋଷଙ୍କୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ ଉଚ୍ଚ ଶିକ୍ଷିତ । ଡାଟା ସାଇନ୍ସରେ ସେ ଡିପ୍ଲୋମା କରିଛନ୍ତି । କେସ୍ ନମ୍ବର ୧୦୦ ଦଫା ୪୧୯, ୪୨୦ ଓ ଓଞ ଆକ୍ଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।





