Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅମାନିଆଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ସ୍ୱାର୍ଡ଼

by Anil Panda
July 7, 2020
in Breaking
ଅମାନିଆଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ସ୍ୱାର୍ଡ଼
20
VIEWS
Share on FacebookShare on Twitter

ତଣ୍ଡ ଗଣିଲେ ବିନା ମାସ୍କଧାରୀ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଅଣଦେଖା କରି ବିନା ମାସ୍କରେ ବୁଲୁଥିବା ବ୍ୟକ୍ତି, ସାମାଜିକ ଦୂରତା ରକ୍ଷା କରୁନଥିବା ବ୍ୟବସାୟୀ ଏବଂ ବିନା କାରଣରେ ଗହଳୀ ଜମାଉଥିବା ଲୋକଙ୍କୁ ବାଟକୁ ଆଣିବାକୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ସ୍ୱାର୍ଡ଼ ଗଠନ କରିଛି । ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଦ୍ୱାରା ଗଠିତ ଏହି ସ୍ୱାର୍ଡ଼ର ଦାୟିତ୍ୱ ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଦିଆଯାଇଥିବା ବେଳେ ସ୍ୱାର୍ଡ଼ରେ ନୟାଗଡ଼ ଟାଉନଥାନା ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳଙ୍କୁ ଟିମ୍ ଲିଡର ଭାବେ ନିଆଯାଇଛି । ତାଙ୍କ ସହିତ ୪ ଜଣ ପୁଲିସ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି । ବିନା ମାସ୍କଧାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ସାଙ୍ଗକୁ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ବ୍ୟବସାୟୀଙ୍କ ଦୋକାନକୁ ସିଲ୍ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏପରିକି ବିନା କାରଣରେ ଗହଳୀ କରୁଥିବା ଲୋକଙ୍କୁ ବାଟକୁ ଆଣିବା ଦାୟିତ୍ୱ ଏହି ଟିମ୍‌କୁ ଦିଆଯାଇଥିବା ବେଳେ ଆଜି ନୟାଗଡ଼ ସହର ପୁରୁଣା ବସଷ୍ଟାଣ୍ଡଠାରେ ଅନେକ ବିନା ମାସ୍କଧାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ନୟାଗଡ଼ ଉପଜିଲ୍ଲାପାଳ, ନୟାଗଡ଼ ତହସିଲଦାର୍ ଭିକାରୀ ସାହୁଙ୍କ ନେତୃତ୍ୱରେ ମାସ୍କ ବ୍ୟବହାର କରୁନଥିବା ଲୋକଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!