Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଋଣ ଦେବେ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା

by ସଞ୍ଜୟ ସ୍ୱାଇଁ
October 22, 2023
in Crime, State
ଋଣ ଦେବେ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା
77
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ବଢ଼ିଚାଲିଛି ଠକଙ୍କ ଉତ୍ପାତ । କୌଣସି ନା କୌଣସି ବାହାନା କରି ଠକମାନେ ଅନେକ ଲୋକଙ୍କୁ ଠକୁଥିବା ଅଭିଯୋଗ ଆସେ । ତେବେ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । କିନ୍ତୁ ବେଳେବେଳେ ଅନେକ ମହିଳା ଠକମାନଙ୍କ ଶିକାର ହୁଅନ୍ତି । ଆଉ ରୋଜଗାର କରିବେ କଣ ଓଲଟା ଠକାମିର ଶିକାର ହୁଅନ୍ତି । ତେବେ ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରୁ ସାମ୍ନାକୁ ଆସିଛି । ଖଲିଦନା ଓ ହଳଦୀ ମେସିନ ଯୋଗାଇ ଦେବେ କହି ସମସ୍ତ ଋଣ ଟଙ୍କା ଠକି ନେଇଛନ୍ତି ଠକ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମୃତ୍ୟୁଞ୍ଜୟପୁର ଗାଁର ମହିଳା ମାନେ ମନମୁଣ୍ଡା ଥାନାରେ ଏଭଳି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବୌଦ୍ଧ ଜିଳା ମନମୁଣ୍ଡା ଥାନା ଅନ୍ତର୍ଗତ ମୃତ୍ୟୁଞ୍ଜୟପୁର ଗାଁର କେତେ ଜଣ ମହିଳାଙ୍କୁ ଖଲିଦନା ଓ ହଳଦୀ ପେସା ମେସିନ ଯୋଗାଇ ଦେବା ନାମରେ ଏକ ବେସରକାରି ଫାଇନାନ୍ସ ସଂସ୍ଥାରୁ ଋଣ କରାଇଦେଇ ସମସ୍ତ ଟଙ୍କା ଧରି ଫେରାର ମାରିଛନ୍ତି ଠକମାନେ। ମହିଳାମାନଙ୍କୁ ନା ମେସିନ ଯୋଗାଇ ଦିଆଯାଇଛି ନା ତାଙ୍କର ଋଣ ଟଙ୍କା ପରିଶୋଧ କରାଯାଇଛି । ଖଲିଦନା ଓ ହଳଦୀ ପେସା ମେସିନ ବାବଦରେ ମହିଳା ମାନଙ୍କ ନାମରେ ୨ଲକ୍ଷ ୫୦ହଜାର ଟଙ୍କା ଋଣ କରାଯାଇଛି । ମାତ୍ର ଏହି ଘଟଣାରେ ମଧ୍ୟସ୍ଥି ସାଜିଥିବା ଦୁଇ ଜଣ ବ୍ୟକ୍ତି ପୁରୁଷୋତ୍ତମପୁର ଗାଁର ପ୍ରମୋଦ କ୍ଷେତି ଏବଂ ଶୁଣ୍ଡିପଦର ଗାଁର କଲ୍ୟାଣ ବସ୍ତିଆ ଟଙ୍କା ସବୁ ନେଇଯାଇଥିବା ବେଳେ ଏବେ ସେମାନେ ଧରାଛୁଆଁ ଦେଉନାହାନ୍ତି । ଏପରିକି ସେମାନେ ଋଣ ଟଙ୍କା ବାବଦର କିସ୍ତି ପଇସା ପରିଶୋଧ ମଧ୍ୟ କରୁ ନାହାନ୍ତି । ଠକାମିର ଶିକାର ହୋଇଥିବା ନେଇ ଅନୁଭବ କରିବା ପରେ ଅଭିଯୋଗକାରିଣୀମାନେ ମନମୁଣ୍ଡା ଥାନାରେ ଏନେଇ ଅଭିଯୋଗ କରିଛନ୍ତି । କଲ୍ୟାଣ ବସ୍ତିଆ, ପ୍ରମୋଦ କ୍ଷେତିଙ୍କ ସମେତ ବ୍ୟାଙ୍କ ଅଧିକାରୀ ଭାବେ ପରିଚୟ ଦେଇ ଫିଙ୍ଗର ପ୍ରିଣ୍ଟ ନେଇ ଥିବା ରାଜୀବ ମହାକୁଡ ତିନି ଜଣଙ୍କ ନାଁରେ ମହିଳା ମାନେ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଏହି ମହିଳାମାନେ କେତ ଆଶା ନେଇ ଖଲିଦନା ଓ ହଳଦୀ ମେସିନ ପାଇଁ ଅପେକ୍ଷା କରିଥିଲେ । ଏହି ମେସିନ ସାହାଯ୍ୟରେ ସେମାନେ ଦୁଇ ପଇସା ରୋଜଗାର କରିଥାନ୍ତେ କିନ୍ତୁ ମେସିନ ମିଳିବା ଦୂରରେ ଥାଉ ତାଙ୍କ ନାଁରେ ଋଣ କରାଯାଇଥିବା ସମସ୍ତ ଟଙ୍କା ଧରି ଛୁ ମାରିଛନ୍ତି ଠକ । ମହିଳାମାନେ ଅଭିଯୋଗ କରି ତାଙ୍କ ଟଙ୍କା ଫେରସ୍ତ ପାଇଁ ଅପେକ୍ଷା କରିଛନ୍ତି । ଏ ଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଗଲେ ହୁଏତ ତାଙ୍କ ଟଙ୍କା ଫେରସ୍ତ ମିଳିପାରନ୍ତା । ତେବେ ଦେଖାଯାଉ ଆଗକୁ କଣ ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!