ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ଦୁଇ ଫାଳ ହୋଇ ରହିଛି । ସାଧାରଣ ଜନତା ବିଜେପି ଉପରେ ଭରଷା କରିପାରୁନାହାନ୍ତି । ଗୋଟିଏ ଗୋଷ୍ଠି ବିଜେପି ନେତ୍ରୀ ଇରାନୀଙ୍କ ଉପରେ ଭରଷା କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠି ପ୍ରତ୍ୟୁଷାଙ୍କ ଉପରେ ଭରଷା କରି ରହିଛନ୍ତି । ଏହା ମଧ୍ୟରେ ବିଜେଡି ଉପରେ ଲୋକଙ୍କର ଆସ୍ଥା ଅତୁଟ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱକୁ ଲୋକ ମାନେ ସାଧାରଣରେ ପସନ୍ଦ କରୁଛନ୍ତି ।
ଯେଉଁଥିପାଇଁ ବିଜେପି ଓ କଂଗ୍ରେସର ବିରୋଧୀ ନେତା ମାନେ ଦିନକୁ ଦିନ ବିଜେଡିରେ ସାମିଲ ହେବା ଦେଖିବାକୁ ମିଳୁଛି । ଆଜି ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଯଦୁପୁର ଓ ବାରବାଟୀ ଗ୍ରାମର ଯୁବ ଗୋଷ୍ଠି ବିଜେଡିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ବିଜେପି କର୍ମୀ ଶ୍ରୀକାନ୍ତ ପ୍ରଧାନ, ଲୋକନାଥ ସାହୁ, ଚିତ୍ତରଞ୍ଜନ ସାହୁ ଓ ବିକାଶ ମହାରଣା ପ୍ରମୁଖ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।





