Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀକୁ ଶାବଳ ପକାଇ ଜୀବନ ନେଇଥିଲା ସ୍ୱାମୀ, ୧୦ ବର୍ଷ ପରେ ବନ୍ଧା ହେଲା

by ସଞ୍ଜୟ ସ୍ୱାଇଁ
October 16, 2023
in Crime, State
ସ୍ତ୍ରୀକୁ ଶାବଳ ପକାଇ ଜୀବନ ନେଇଥିଲା ସ୍ୱାମୀ, ୧୦ ବର୍ଷ ପରେ ବନ୍ଧା ହେଲା
55
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ବିବାହ ପରେ ସବୁ କିଛି ଠିକ୍ ଚାଲିଥିଲା। ମାତ୍ର ଏହା ପରେ ପରେ ହଠାତ୍‌ ଘୋଟି ଆସିଲା କଳା ବାଦଲ । ଘର ସଂସାର କରିବାର ଦୁଇ ବର୍ଷରେ ସ୍ୱାମୀ ସାଜିଲା ସଇତାନ । ବେକରେ ଶାବଳ ପକାଇ ନେଇଗଲା ପତ୍ନୀର ଜୀବନ । ଏହା ପରଠୁ ଫେରାର ହୋଇ ଯାଇଥିବା ସ୍ୱାମୀକୁ ପୁଲିସ୍‌ ଖୋଜି ଖୋଜି ନୟାନ୍ତ ହୋଇଥିଲେ ବି ଟେର ପାଇ ପାରୁ ନ ଥିଲେ। ଶେଷରେ ଦୀର୍ଘ ୧୦ ବର୍ଷ ପରେ ଅଭିଯୁକ୍ତଙ୍କୁ ମାଡ଼ି ବସି ବାନ୍ଧିଛି ପୁଲିସ୍‌। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ଗ୍ରାମରେ ହୋଇଛି। ମୁସ୍ତାଫାପୁର ଗ୍ରାମର ସେକ୍ ଚାନ୍ଦ ବାବୁ ନିଜ ୨୦୧୧ ମସିହାରେ ଧାମନଗର କାଜି ମହଲା ଗ୍ରାମର ମୀରାପ୍ୟାରୀଙ୍କ ଏକ ମାତ୍ରା ଝିଅ ଚାନ୍ଦମୁନୀଙ୍କୁ ବିବାହ କରିଥିଲେ। । ବିବାହର ମାତ୍ର ଦୁଇ ବର୍ଷ ପରେ ସେ ଚାନ୍ଦମୁନୀଙ୍କ ବେକରେ ୨୦୧୩ ମସିହାରେ ଶାବଳ ପକାଇ ମାରି ଦେଇଥିଲେ। ଚାନ୍ଦମୁନୀଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଧାମନଗର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ସେବେଠୁ ସେକ୍ ଚାନ୍ଦ ବାବୁ ଫେରାର ହୋଇଯାଇଥିଲେ। ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ସେକ୍ ଚାନ୍ଦ ବାବୁଙ୍କ ଖବର ପାଇ ପାରି ନ ଥିଲା। ଦୀର୍ଘ ୧୦ ବର୍ଷ ପରେ ସେକ୍ ଚାନ୍ଦ ବାବୁ ନିଜ ଘରେ ଥିବା ସୂଚନା ପାଇ ଧାମନଗର ପୁଲିସ୍‌ ଗତ ରାତିରେ ଚଢ଼ାଉ କରି ତାଙ୍କୁ ବାନ୍ଧିଥିଲା। ଆଜି ଡାକ୍ତରୀ ମାଇନା ସରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଆଇନ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଆସ୍ଥା ରଖିଥିବା ଚାନ୍ଦମୁନୀଙ୍କ ପରିବାର ନ୍ୟାୟ ଆଶାରେ ଅଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!