ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରରେ ଘଟିଛି ବଡ଼ ଚୋରି ଘଟଣା । ଦୁଇ ଦିନ ତଳୁ ଶ୍ରାଦ୍ଧ ପକାଇବା ପାଇଁ ଯାଇଥିବା ଘର ମାଲିକଙ୍କ ଘରୁ ଲୁଟ କରିନେଲେ ଦୁର୍ବୁତ । ଘଟଣା ସ୍ଥଳରେ ନୟାଗଡ଼ ଟାଉନ ଥାନା ପୁଲିସ ଛାନଭିନ୍ ଆରମ୍ଭ କରିଛି । ସୁଚନାନୁସାରେ ନୟାଗଡ଼ ଖଣ୍ଡପଡା ରୋଡ ନିଳାଦ୍ରୀବିହାର ଅଞ୍ଚଳରେ ରହୁଥିବା ପ୍ରିୟଦର୍ଶି ଦାସଙ୍କ ଘରୁ ଲୁଟେରା ମାନେ ଲୁଟ କରିଛନ୍ତି ।

ଶ୍ରାଦ୍ଧ ପକାଇବା ପାଇଁ ନିଜ ଗ୍ରାମ ଖଣ୍ଡପଡା ଖଳିସାହିକୁ ଗୁରୁବାର ଦିନ ସମସ୍ତ ପରିବାର ଯାଇଥିଲେ । ଏହାର ସୁଯୋଗ ନେଇ ଘର ପାଚେରୀ ଉପରେ ଚଢ଼ି ଲାଟିନ ଘର ଝରକା ତାଡି ଲୁଟେରା ମାନେ ଘରେ ପ୍ରବେଶ କରିଥିଲେ ।
ଘର ଭିତରୁ ସମସ୍ତ ସୁନା ଅଳଙ୍କାର ଲୁଟ କରିଛନ୍ତି । ଖବର ପାଇ ନୟାଗଡ଼ ଟାଉନଥାନା ଆଇଆଇସି ବିଜୟା ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।





