ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଚାମୁଣ୍ଡିଆ ଅଞ୍ଚଳରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ରଞ୍ଜେନ ସେଠୀ ବୋଲି ଜଣାପଡିଛି । ଜଙ୍ଗଲର ଶିକାର ପାଇଁ ବିଛା ହୋଇଥିଲା ତାର । ଶନିବାର ଦିନ ରଞ୍ଜନ ଗଣିଆ ବ୍ଲକ ଚାମୁଣ୍ଡିଆ ଜଙ୍ଗଲରେ ବୁଲୁଥିଲେ । ଏହି ସମୟରେ ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ସେ ଆସିଥିଲେ । ଯାହାଫଳରେ ରଞ୍ଜନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସେପଟେ ରଞ୍ଜନଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ଏହାପରେ ତୁରନ୍ତ ବିଦ୍ୟୁତ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ ଗାଁଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।





