ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରରେ ଦୋକାନ ବଜାର ସକାଳ ୭ଟାରୁ ଖୋଲା ଯାଇ ଦିନ ୨ଟାରେ ବନ୍ଦ କରିବାକୁ ନିୟମ କରାଯାଇଥିବା ବେଳେ ଏହାର ପ୍ରଭାବରେ ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ ହୋଇପଡ଼ୁଛି । ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥ, ନୟାଗଡ଼ ଓଡ଼ଗାଁ ରାସ୍ତା ପ୍ରଭୃତି ସ୍ଥାନରେ ଗାଡ଼ି ମୋଟର ଯିବା ମୁସ୍କିଲ ହେଇ ପଡ଼ୁଛି । ଟ୍ରାଫିକ ଛକରେ ମାଳମାଳ ପୁଲିସ କର୍ମଚାରୀ ଉପସ୍ଥିତ ରହି ଟ୍ରାଫିକ ସମ୍ଭାଳିବାକୁ ପଡ଼ୁଛି ।






