Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୟଙ୍କର ହେଉଛି ଯୁଦ୍ଧ, ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଣ୍ଟା ସମୟ ଦେଲା ଇସ୍ରାଏଲ

by ସଞ୍ଜୟ ସ୍ୱାଇଁ
October 13, 2023
in NATIONAL NEWS, WORLD
ଭୟଙ୍କର ହେଉଛି ଯୁଦ୍ଧ, ପାଲେଷ୍ଟାଇନ ନାଗରିକଙ୍କୁ ୨୪ ଘଣ୍ଟା ସମୟ ଦେଲା ଇସ୍ରାଏଲ
141
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ହମାସର ଆକ୍ରମଣ ପରେ ପ୍ରତିଶୋଧ ନେଉଛି ଇସ୍ରାଏଲ । ଗାଜାରେ ଥିବା ହମାସ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ମାଡ କରୁଛି ଇସ୍ରାଇଲ ସେନା । ଯାହାର ଚିତ୍ର ସାମ୍ନାକୁ ଆସିଛି । ସହର ଭଙ୍ଗା କୋଠା ଘରର ଗନ୍ତାଘର ପାଲଟିଯାଇଛି । ଇସ୍ରାଇଲ ସେନା ଏପର‌୍ୟ୍ୟନ୍ତ ୬ ହଜାରୁ ଅଧିକ ରକେଟ ମାଡ କରିସାରିଲାଣି । ଏହାରି ଭିତରେ ବିଶେଷକରି ଆତଙ୍କବାଦୀ ଲୁଚିଥିବା ଉତ୍ତର ଗାଜାର ଥିବା ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ । ୨୪ ଘଂଟା ମଧ୍ୟରେ ଘର ଛାଡିବାକୁ ଇସ୍ରାଏଲ ନିର୍ଦ୍ଦେଶ ଦେଇଥିବା ନେଇ ଜାତିସଂଘ ପକ୍ଷରୁ ଶୁକ୍ରବାର କୁହାଯାଇଛି । କିନ୍ତୁ ଏତେ କମ ସମୟ ମଧ୍ୟରେ ଏତେ ଲୋକଙ୍କୁ ବିସ୍ତାପିତ କରିବା ସମ୍ଭବ ନୁହେଁ ବୋଲି ଜାତିସଂଘ ମୁଖପାତ୍ର କହିଛନ୍ତି । ସାଧାରଣ ନାଗରିକ ଗାଜାରୁ ବିସ୍ତାପିତ ହେବା ପରେ ଯୁଦ୍ଧ ଆହୁରୀ ଭୟଙ୍କର ହେବ ବୋଲି କୁହାଯାଉଛି । ପାଲେଷ୍ଟାଇନର ଗାଜା ସହରକୁ ମାନଚିତ୍ରରୁ ଲିଭାଇ ଦେବାକୁ ଯୋଜନା ପ୍ରସ୍ତୁତ କରିଛି ଇସ୍ରାଏଲ । ଏବେ ବନ୍ଧକ ଥିବା ଇସ୍ରାଏଲ ନାଗରିକ ଏବଂ ଯବାନଙ୍କୁ ଉଦ୍ଧାର କରୁଛି ଇସ୍ରାଏଲ ସେନା । ହମାସ କବଜାରେ ଥିବା ୫୦ରୁ ଅଧିକ ପଣପନ୍ଦୀଙ୍କୁ ଉଦ୍ଧାର କରିଛନ୍ତି ଇସ୍ରାଇଲ ଯବାନ । କିପରି ସାହସିକତାର ସହ ଆକ୍ରମଣ କରି ପଣବନ୍ଦୀଙ୍କୁ ଇସ୍ରାଏଲ ସେନା ଉଦ୍ଧାର କରିଛି ତାହା ଭିଡିଓ ସାମ୍ନାକୁ ଆସିଛି । ଯୁଦ୍ଧରେ ମୋଟ ୪ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଇସ୍ରାଏଲରେ ୧୨୦୦, ପାଲେଷ୍ଟାଇନରେ ୧୪୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲରେ ପଶିଥିବା ୧୫୦୦ ହମାସ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମଳିଛି । ଏଥର ଗାଜାର ଜମିକୁ ପୁରା ଅକ୍ତିଆର କରିନେବାକୁ ଯୋଜନା କରିଛି ଇସ୍ରାଏଲ । ଇସ୍ରାଏଲରେ ପ୍ରାୟ ୪ ଲକ୍ଷରୁ ଅଧିନ ସେନା ଟ୍ୟାଙ୍କର, ଅସ୍ତ୍ରଶସ୍ତ୍ର ସହ ଗାଜା ବର୍ଡର ପାଖରେ ଅପେଖ୍ୟ କରି ରହିଛନ୍ତି । ନିର୍ଦ୍ଦେଶ ମିଳିବା ମାତ୍ରେ ଗାଜା ସୀମା ଭିତରେ ପଶିବେ । ଯୁଦ୍ଧକୁ ସାତ ଦିନ ପୁରିଥିବା ବେଳେ ପାଲେଷ୍ଟାଇନ ଏବଂ ଇସ୍ରାଏଲକୁ ଅନ୍ୟ ଦେଶଙ୍କ ସମର୍ଥନ ଜଣାଇଛନ୍ତି । ଆମେରିକା, ଜର୍ମାନୀ ଭଳି ପାଶ୍ଚାତ୍ୟ ଦେଶ ଇସ୍ରାଏଲକୁ ସମର୍ଥନ ଜଣାଇଥିବା ବେଳେ ମଧ୍ୟ ଏସିୟର ଶକ୍ତିଶାଳୀ ଦେଶ ଇରାନ ପାଲେଷ୍ଟାଇନକୁ ସମର୍ଥନ ଜଣାଇଛି । ଏଥିସହ ମୁସଲିମ ଦେଶଗୁଡିକୁ ପାଲେଷ୍ଟାଇନ ସହ ଠିଆ ହେବାକୁ ଇରାନ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି । ଯଦି ଅନ୍ୟ ଦେଶ ଏଥିରେ ଜଡିତ ହୁଅନ୍ତି ସ୍ଥତି ଆହୁରି ଗମ୍ଭୀର ହେବ ବୋଲି ଆଶାଙ୍କା କରାଯାଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!