ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୪୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ରେ ପଂହଚିଛି । ସେଥିମଧ୍ୟରେ ୩୦୯ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୪୭ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧, ବାଲେଶ୍ୱର ୧୪, ବରଗଡ଼ ୩୩, ଭଦ୍ରକ ୧୨, ବଲାଙ୍ଗୀର ୬, କଟକ ୧୩, ଢେଙ୍କାନାଳ ୧, ଗଂଜାମ ୧୬୬, ଜଗତସିଂହପୁର ୨୩, ଯାଜପୁର ୫୭, କଳାହାଣ୍ଡି ୧, କନ୍ଧମାଳ ୩, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୨, ଖୋର୍ଦ୍ଧା ୨୧, କୋରାପୁଟ ୧୦, ମୟୁରଭଂଜ ୮, ନବରଂଗପୁର ୨୪, ନୟାଗଡ଼ ୪, ପୁରୀ ୩, ରାୟଗଡ଼ା ୧୩ ଜଣ, ସମ୍ବଲପୁର ୧୫, ସୁନ୍ଦରଗଡ଼ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୫୪ଟି ମାମଲା ସକ୍ରିୟ ରହିଥିବା ୬୨୨୪ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ରାଜ୍ୟରେ ଆଜି ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।





