ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଚାନ୍ଦପୁର ଥାନା ଅଞ୍ଚଳରେ ଘଟିଥିଲା ଏକ ଅଘଟଣ । ମାଙ୍କଡା ପଥର ଖଣି ଖନନ ଉପରେ ରଣପୁର ତହସିଲ ପକ୍ଷରୁ ଚଢ଼ଉ କରାଯାଉଥିବା ବେଳେ ୪ ରାଜସ୍ୱ ନିରିକ୍ଷକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ରଣପୁର ତହସିଲଦାର ରବିନ ଚର୍ଚିଲ ମିଶ୍ରଙ୍କ ତତ୍ତ୍ୱାବଧାନରେ ୩ ଟିମ ଗଠନ କରାଯାଇ ବିଭିନ୍ନ ବେଆଇନ ଖଣି ଉପରେ ତଦାରଖ କରାଯାଇଥିଲା । ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦପୁର ଥାନା ଅଧିନସ୍ଥ ମୟୁରଝାଲିଆ ନିକଟସ୍ତ ବୋକାଖାଇ ଅଞ୍ଚଳର ବେଆଇନ ଖଣି ଖନନ ଚାଲିଥିବାବେଳେ ବୁଧବାର ରାତିରେ ସେହି ଖଣି ଉପରେ ଏକ ଟିମ୍ ଚଢ଼ାଉ କରିଥିଲା । ସେହି ଟିମରେ ଝାଡପଡ଼ା ଆରଆଇ ରମାକାନ୍ତ ବେହେରା, ରାଇପଡା ଆରଆଇ ରାକେଶ ରଞ୍ଜନ ସେଠୀ, ଚାନ୍ଦପୁର ଆରଆଇ ସରୋଜ କୁମାର ସାହୁ ଏବଂ ରାଜସୁନଖେଳ। ଆରଆଇ ସୁକାନ୍ତ ମାଝିଙ୍କୁ ୨୦ରୁ ୨୫ଜଣ ଖଣି ମାଫିଆମାନେ ସାମିଲ ହୋଇ ମରଣାନ୍ତକ ଆକ୍ରମଣ କରିଥିଲେ । ତେବେ ତହସିଲଦାର ଶ୍ରୀ ମିଶ୍ର ଖବର ପାଇ ପୋଲିସ କୁ ଖବର ଦେଇ ସେଠାରେ ଏକ ଟିମ ନେଇ ସମସ୍ତ କର୍ମଚାରୀଙ୍କୁ ଚାନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଏହି ଆକ୍ରମଣରେ ରାଜସ୍ୱ ନିରୀକ୍ଷକ ରମାକାନ୍ତ ବେହେରା ଙ୍କ ଅବସ୍ଥା ଗୁରୁତ୍ଵ ହେବାପରେ ତାଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି । ତହସିଲଦାର ଶ୍ରୀଯୁକ୍ତ ମିଶ୍ର ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ ପରେ ଚାନ୍ଦପୁର ପୋଲିସ କାର୍ୟାନୁଷ୍ଠାନ ଆରମ୍ଭ କରିଛି । ଚାନ୍ଦପୁର ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ମୁଖ୍ୟ ଆସାମୀ ପୁର୍ଣ୍ଣସାଗର ମାଝୀକୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଘର ଜଙ୍କିଆ ଗ୍ରାମରେ ବୋଲି ଜଣା ପଡିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ବନ୍ଧା ଯିବ ।





