ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାରାଦୀପ ସିପିଂ ଏଜେନ୍ସିଙ୍କ ଠାରୁ ଲାଞ୍ଚ ମାଗିବା ଘଟଣା । ଶେଷରେ ଜେଲ୍ ଗଲେ ଲାଞ୍ଚୁଆ ଡାକ୍ତର । ଭୁବନେଶ୍ୱର ପଚରା ଉଚରା ପରେ ବାନ୍ଧିଛି CBI । ଗିରଫ ଡାକ୍ତର ଜଣଙ୍କ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ । ପଚାଶ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଗିରଫ କରିଛି ସିବିଆଇ । ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡଃ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟରେ ପଚରାଉଚୁରା କରିଥିଲେ ଅଧିକାରୀ । ଏହାପରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯିବ । ହେଲଥ ଅଫିସରଙ୍କ ବେନାମୀ ସମ୍ପତ୍ତି ଦେଖି ତାଟକା ହୋଇଛନ୍ତି ସିବିଆଇ ଅଧିକାରୀ । ବନ୍ଦରର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏକ ସିପିଂ କମ୍ପାନୀରୁ ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ସିବିଆଇ ଟିମ୍ ପାରାଦୀପ ମଧୁବନ ଅଞ୍ଚଳର ଭୂୟାଁଛକରେ ଥିବା ପୋର୍ଟ ହେଲ୍ଥ ଅର୍ଗାନାଇଜେସନ୍ କାର୍ଯ୍ୟାଳୟରେ ଚଢ଼ଉ କରି ଯାଞ୍ଚ୍ କରିଥିଲା । କହିବାକୁ ଗଲେ ଏମିନେନ୍ସ ସିପିଂ ଏଜେଣ୍ଟ ଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଗୁରୁବାର ଧରାପଡିଥିବା ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡଃ ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଠାରୁ କୋଟିଏ ଟଙ୍କା ସହ ବିଦେଶୀ ମଦ ଓ ସିଗାରେଟ ଜବତ ସୂଚନା । ପାରାଦୀପ ଭୁଇଁଆ ଛକରେ ଥିବା କାର୍ଯ୍ୟାଳୟ ରେ ଟଙ୍କା ନେଉଥିବା ବେଳେ ଅପରାହ୍ଣରେ ମାଡି ବସିଥିଲା ସିବିଆଇ ।





