ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୁଖ୍ୟାତ ଚୋରକୁ ଉଠାଇନେଲା ପୋଲିସ୍। ବିନ୍ଦୁସାଗର ତୁଠରୁ ପେଶାଦାର ଚୋର ଏବଂ ନିଶା ବେପାରୀ ଟୁନା ପ୍ରଧାନଙ୍କୁ ଉଠାଇ ଆଣିଲା ବଡଗଡ ଥାନା ପୋଲିସ । ନିଜ ମାଆର ଦଶାହ କର୍ମ କରିପାରିଲା ନାହିଁ ପୁଅ । ଅଭିଯୁକ୍ତ ବଡଗଡ ଥାନା ମଇଁଷି ଖାଲ ବସ୍ତିର ଟୁନା ପ୍ରଧାନଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ । ଗିରଫ ଟୁନା ପ୍ରଧାନର ନାଁରେ ୨୦ ରୁ ଅଧିକ ଚୋରୀ ମାମଲା ସହ ଏନ୍.ଡି.ପି.ଏସ ମାମଲା ରହିଛି। ଏହି ଟୁନାକୁ ପୋଲିସ୍ ବହୁ ଦିନ ଧରି ଖୋଜୁଥିଲା । ପୂର୍ବରୁ ଅଭିଯୁକ୍ତ ଟୁନାକୁ ଧରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଫେଲ ମାରିଥିଲା ପୋଲିସ୍ । ଅନ୍ୟପଟେ ଗିରଫଦାରୀକୁ ବିରୋଧ କରି ଦଶାହ ତୁଠରୁ ଅଭିଯୁକ୍ତର ସମ୍ପର୍କୀୟ ଏବଂ ପତ୍ନୀ ଥାନାକୁ ଆସି ଛାଡ଼ିବାକୁ ଅନୁରୋଧ କରିଥିଲେ । ହେଲେ ପୋଲିସ ଅଭିଯୁକ୍ତକୁ ଛାଡ଼ିଲା ନାହିଁ । ଗିରଫ ପରେ କୋର୍ଟ ଚାଲାଣ କରିଛି । ପୋଲିସର ଏଭଳି କାମକୁ ନେଇ ଥାନା ଭିତରେ ବେଶ୍ ସମୟ ଧରି ଦେଖାଯାଇଛି ଅଭାବନୀୟ ପରିସ୍ଥିତି ।





