Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟବାସୀଙ୍କୁ ଦିବା ସ୍ୱପ୍ନ ଦେଖାଉଛନ୍ତି ବିଜେପି ନେତା : ଶ୍ରୀମୟୀ ମିଶ୍ର

by ସଞ୍ଜୟ ସ୍ୱାଇଁ
October 11, 2023
in Politics, State
ବିଜେପି ଚାହୁଁନାହିଁ ଓଡ଼ିଶାରେ ଶାନ୍ତି ରହୁ : ଶ୍ରୀମୟୀ ମିଶ୍ର
69
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୨୦୧୫ ମସିହାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ରାଜ୍ୟରେ ଉପକୂଳ ରାଜପଥ ନେଇ ଘୋଷଣା କରିଥିଲେ। ପ୍ରକଳ୍ପ ଘୋଷଣା ହେବାକୁ ପ୍ରାୟ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ମାଟି ମୁଠେ ପଡ଼ିନାହିଁ। ବିଳମ୍ବର କାରଣ ସ୍ୱରୂପ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ସମସ୍ୟା, ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ ଆଦିକୁ କାରଣ ସ୍ୱରୂପ ଦର୍ଶାଉଛନ୍ତି। ସମ୍ପୂର୍ଣ୍ଣ ରାଜପଥକୁ ଦୁଇଭାଗରେ ଅର୍ଥାତ୍‌‌ ଅର୍ଥାତ୍‌‌ ରାମେଶ୍ୱର(ଟାଙ୍ଗୀ ନିକଟସ୍ଥ)ରୁ ରତନପୁର ଏବଂ ରତନପୁରରୁ ଦୀଘା ଯାଏଁ ବିଭକ୍ତ କରାଯାଇଛି। ରାମେଶ୍ୱର(ଟାଙ୍ଗୀ ନିକଟସ୍ଥ)ରୁ ରତନପୁର ଭାଗକୁ ୪ଟି ପ୍ୟାକେଜରେ ବିଭକ୍ତ କରାଯାଇଥିବା ବେଳେ ଏଥିରୁ ୩ଟିରେ ଟେଣ୍ଡର ପ୍ରକ୍ରିୟା ଜାରିରହିଛି। ଏହାବ୍ୟତୀତ ରାଜପଥ ନିର୍ମାଣରେ ସେପରି କିଛି ଆଖିଦୃଶିଆ ଅଗ୍ରଗତି ଘଟିନାହିଁ। ୩୪୬ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାଜପଥର ଜମି ଅଧିଗ୍ରହଣ, ଟେଣ୍ଡର ପ୍ରକ୍ରିୟା କେବେ ସରିବ ଏବଂ ରାସ୍ତା ନିର୍ମାଣ ଆରମ୍ଭ ହୋଇ କେବେ ସରିବ ସେନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାକୁ ନେଇ ଆଜି ବିଜୁ ଜନତା ଦଳ ବିଜେପି ଉପରେ ବର୍ଷିଛି। ଆଜି ଭୁବନେଶ୍ବର ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ଲେନିନ ମହାନ୍ତି ରାଜ୍ୟ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି। କେବଳ ଉପକୂଳ ରାଜପଥ ନୁହେଁ ଓଡିଶାର ଏପରି ବିଭିନ୍ନ ରାଜପଥ କାମରେ କେନ୍ଦ୍ରର ଉଦାସୀନତା ଦେଖାଦେଇଛି। ବିଚେପି ନେତା ଲୋକଙ୍କୁ ବିଭିନ୍ନ ମିଥ୍ୟ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି, କିନ୍ତୁ ପୂରଣ କରିବାର ନାଁ ଧରୁନାହାନ୍ତି। ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଓ ଦିବା ସ୍ବପ୍ନ ଦେଖାଇ ନିର୍ବାଚନ ବୈତରଣୀ ପାର ହେବା କଥା କେବଳ ବିଜେପି ସାଂସଦଙ୍କ ଠାରୁ ଶିଖିବା କଥା ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି। ଶ୍ରୀମତୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ NH ୫୫ କଥା ନକହିବା ଭଲ। ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାମ ଧିମା ଗତିରେ କାମ ଚାଲିଛି। କିଛି ସ୍ଥାନରେ କାମ ବନ୍ଦ ହେଲେ କେବେ ସରିବ, ବିଜେପି ଚୁପ। ଆଜି ଯାଏ ଏହି ପ୍ରଶ୍ନ କଲେନି କେନ୍ଦ୍ର ଆଗରେ ବିଜେପି ସାଂସଦ। କେନ୍ଦ୍ର ମନ୍ତ୍ରୀଙ୍କ ଘର ଯେଉଁ ଜିଲ୍ଲାରେ, ସେ ରାସ୍ତା ଦେଇ NH 55 ଯାଏ। ହେଲେ ଲୋକଙ୍କ ସମସ୍ୟା ତାଙ୍କ ଆଖିକୁ ଦିଶୁନି । ଅନ୍ୟପଟେ ଭୁବନେଶ୍ୱର ପାଇଁ ୨୦୨୨ ଏପ୍ରିଲରେ ଘୋଷଣା ହୋଇଥିଲା କ୍ୟାପିଟାଲ ରିଜିଆନ ରିଂ ରୋଡ଼। ଏହାକୁ ରାଜ୍ୟ ସରକାର ଗ୍ରହଣ କରି ଟ୍ରାଫିକ ସମସ୍ୟା ନ ରହିବା ପାଇଁ ଭଲ ପଦକ୍ଷେପ ବୋଲି କହି ୬୦୦ ଶହ କୋଟି ଜମି ଅଧିଗ୍ରହଣ ପାଇଁ ବି ରାଜ୍ୟ ସରକାର ସହଯୋଗ କରିବେ ବୋଲି କହିଥିଲେ। ହେଲେ ଭୁବନେଶ୍ୱର ସାଂସଦ ଆଜି ଏ ପ୍ରସଙ୍ଗକୁ ଏଡାଇ ଦେଉଛନ୍ତି। ଯେଉଁ ଲୋକଙ୍କ ଭୋଟ ପାଇଛନ୍ତି, ଏହାର ଭାଗ୍ୟ ଓ ଭବିଷ୍ୟତ କଥା ସେ କହୁ ନାହାନ୍ତି। ସେହିପରି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ବିଜେପି ଆସନ୍ତା ନିର୍ବାଚନରେ ଲୋକଙ୍କୁ କେମିତି ସାମ୍ନା କରିବେ, ଆମକୁ ଆଶ୍ଚର୍ଯ୍ୟ ଲାଗୁଛି। ପ୍ରତିଶୃତି ଓ ବାସ୍ତବତାର ଚିତ୍ର ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି। ରାଜ୍ୟ ସରକାର ବାରମ୍ବାର NH 55 ପାଇଁ କେନ୍ଦ୍ରକୁ ଅନୁରୋଧ କରୁଛନ୍ତି, ଲୋକ ଦୁର୍ଘଟଣାରେ ମାରୁଛନ୍ତି, ତେଣୁ ଶ୍ରୀଘ୍ର କାମ ଶେଷ କରାଯାଉ, ହେଲେ କାମ କିଛି ହେଲାନି। କୋଷ୍ଟାଲ ହାଇୱେ ମାଧ୍ୟମରେ କେବଳ ଖସଡ଼ା ଯୋଡ଼ା ହୋଇଛି। ହେଲେ କାମ ହେଉନି.।କାହିଁକି ଜାଣିଶୁଣି ବିଳମ୍ବ କରାଯାଉଛି। ଭୁବନେଶ୍ବର ଇସ୍କନ ଦେଇ ଯାଉଥିବା NH ରେ ପାଣି ଜମୁଛି। NHAI କର୍ତୃପକ୍ଷ ଲଜ୍ଜିତ ହେଉଛନ୍ତି।ହେଲେ ଲୋକଙ୍କୁ ହଇରାଣ କରି କାହିଁକି ବିଜେପି ସାଂସଦ ଚୁପ ରହୁଛନ୍ତି, ତାହା ବୁଝାପଡୁନି। ଓଡ଼ିଶା ବିଜେପି ନେତା ବାହାରକୁ ଯାଉଛନ୍ତି। ହେଲେ ଓଡ଼ିଶାର ଆବଶ୍ୟକତାକୁ ଜାଣିଶୁଣି ବନ୍ଦ କରୁଛନ୍ତି। ନିଜର କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଶାର କାମ ନେଇ ମୁହଁ ଖୋଲୁନାହାନ୍ତି ବିଜେପି ନେତା। କେନ୍ଦ୍ରର ଏପରି ଅବହେଳା ପାଇଁ ଓ ଲୋକଙ୍କ ହିତରେ ଖୁବ ଶୀଘ୍ର ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ବିଜେଡି ବାଧ୍ୟ ହେବ ବୋଲି ଲେନିନ ମହାନ୍ତି କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!