ସୁନ୍ଦରଗଡ, (ବାଘୁଆବାର୍ତ୍ତା): ପିଲାକୁ ଜନ୍ମ ପରେ ଛାଡି ଚାଲିଯାଉଥିଲା ମାଆ, ମାଡିବସିଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଭସ୍ମା ଥାନା ଅବନକେଲା ଗ୍ରାମର ମୁକ୍ତିଢ଼ିପାରେ । ସୂଚନା ଥାଉକି, ବୁଦା ମୂଳେ କନ୍ୟା ସନ୍ତାନ ଜନ୍ମ ଦେଇ ଫେରାର ହୋଇ ଯାଇଥିବା ମହିଳାଙ୍କୁ ଧରିଲା ପୋଲିସ । ମଙ୍ଗଳବାର ମୁକ୍ତିଢିପା ଠାରେ ଏକ ଘରର ଛାତ ଢଳେଇ ଚାଲିଥିଲା । ସେଠାରେ କାମ କରୁଥିବା ଜଣେ ମହିଳା ଶୌଚ ଯିବା ବାହାନାରେ ଯାଇ ଏକ କନ୍ୟା ସନ୍ତାନ ଜନ୍ମ ଦେଇ ପଳେଇ ଥିଲେ । ପରେ କନ୍ୟା ସନ୍ତାନର କାନ୍ଦ ଶୁଣି ଲୋକେ ନବଜାତ କନ୍ୟା ସନ୍ତାନକୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉକ୍ତ ମହିଳାଙ୍କୁ ଠାବ କରିବା ପରେ ବର୍ତ୍ତମାନ ଉଭୟ ମାଆ ଓ ନବଜାତ ଶିଶୁ କନ୍ୟାକୁ ସୁଂଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ଘଟଣା ବର୍ତ୍ତମାନ ସେଠାରେ ବେଶ ଚର୍ଚ୍ଚା ଚାଲିଛି ।





