Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀକୁ ମାରି ରାସ୍ତାକଡ଼କୁ ଫିଙ୍ଗିଦେଲା ସ୍ୱାମୀ

by ସଞ୍ଜୟ ସ୍ୱାଇଁ
October 10, 2023
in Crime, State
ସ୍ତ୍ରୀକୁ ମାରି ରାସ୍ତାକଡ଼କୁ ଫିଙ୍ଗିଦେଲା ସ୍ୱାମୀ
90
VIEWS
Share on FacebookShare on Twitter

ବାସୁଦେବପୁର, (ବାଘୁଆବାର୍ତ୍ତା): ସ୍ତ୍ରୀକୁ ମାରି ରାସ୍ତାକଡ଼କୁ ଫିଙ୍ଗିଦେଲା ସ୍ବାମୀ। ହତ୍ୟା ପରେ ଥାନାରେ ପହଞ୍ଚି ନିଜ ଦୋଷ ସ୍ବୀକାର କଲା ଅଭିଯୁକ୍ତ। ଭଦ୍ରକ ଜିଲ୍ଲା ବାସୁଦେବପୁର ବିନାୟକପୁର ଛକ ବଡ଼ପଦା ନିକଟରୁ ମୃତଦେହ ଉଦ୍ଧାର। ଆଜି ସକାଳେ ବୁଦା ମୂଳରେ ମୃତଦେହ ପଡିଥିବା ଦେଖି ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ମୃତକ ହେଉଛନ୍ତି ବିନାୟକପୁର ଗାଁର ଦିବାକର ବେହେରାଙ୍କ ଝିଅ ରାଧାରାଣୀ। କିଛି ବର୍ଷ ତଳେ ରାଧାରାଣୀ ସେହି ଗାଁର ଭଗବାନ ବେହେରାଙ୍କ ପୁଅ ଦିପୁ ବେହେରାଙ୍କୁ ଭଲ ପାଇ ବିବାବହ କରିଥିଲେ। ସେମାନଙ୍କର ବର୍ଷକର ଶିଶୁ କନ୍ୟା ରହିଛି। ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ବାହାର ରାଜ୍ୟକୁ କାମ କରିବା ପାଇଁ ପଳାଇଯାଇଥିଲେ। ଗତକାଲି ଦୁଇ ଜଣ ଘରକୁ ଫେରୁଛନ୍ତି ବୋଲି ରାଧାରାଣୀ ନିଜ ବାପାକୁ ଫୋନ ଯୋଗେ ଜଣାଇଥିଲେ। ହେଲେ ଆଜି ସକାଳେ ରାସ୍ତା କଡରେ ଝିଅର ମୃତ ଦେହ ପଡିଥିବା ଖବର ପାଇଥିଲେ ଦିବାକର ବେହେରା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ସ୍ବାମୀ ଦିପୁ ଥାନାରେ ପହଞ୍ଚି ସ୍ତ୍ରୀ ରାଧାରାଣୀଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସ୍ବୀକାର କରିଥିଲା। ତେବେ କଣ ପାଇଁ ସ୍ତ୍ରୀକୁ ହତ୍ୟା କଲା ସେନେଇ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!