ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପୁଲିସ ଜଣେ ମୋବାଇଲ ଲୁଟେରାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭୁତଡିହି ଗ୍ରାମର ଅକୃର ନାୟକ । ଗତ ୭ ତାରିଖ ରାତି ୯ଟା ବେଳେ ଇଟାମାଟି ଥାନା ହରିପୁର ଗ୍ରାମର ସୂର୍ଯ୍ୟକାନ୍ତ ବରାଡ଼ ଘରକୁ ଫେରୁଥିଲେ । ରାସ୍ତାରେ ଆସୁଥିବା ସମୟରେ ଅକୃର ପଛପାଖରୁ ଆସି ଭୁତଡିହି ଗ୍ରାମ ନିକଟରେ ତାଙ୍କୁ ଧକ୍କା ମାରି ମୋବାଇଲ ଲୁଟି ନେଇଥିଲେ । ଏନେଇ ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଛାନଭିନ କରି ଅଭିଯୁକ୍ତକୁ ଗିରଫ କରିଛି । ଆଜି କୋର୍ଟ ଚାଲାଣ ପରେ ଜାମିନ ନାମାଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।





