ବାରଙ୍ଗ, (ବାଘୁଆବାର୍ତ୍ତା): ରାଜଧାନୀ ରାଜରାସ୍ତାରେ ହାଇଭୋଲଟେଜ୍ ସିନ୍ । ଏସ୍ଏଚ୍ଜି ଗ୍ରୁପ ଟଙ୍କା ନେଇ ହେଉଥିଲା ଫେରାର । ଅଟୋ ଚାଳକ ଓ ପୋଲିସ ଗାଡି ମଧ୍ୟରେ ଚାଲିଥିଲା ଛକପଞ୍ଜା । ରାତି ତମାମ ଦୁଇଟି ପିସିଆର୍, ମଞ୍ଚେଶ୍ୱର ଥାନା ପୋଲିସ ଏବଂ ଅଟୋ ଚାଳକ ମଧ୍ୟରେ ଚାଲିଥିଲା ଛକାପଞ୍ଜା । ଶେଷରେ ଭାରସାମ୍ୟ ହରାଇ ଓଟୋଟି ଓଲଟି ପଡିଥିଲା । ଯାହାପରେ ଯୁବକଙ୍କୁ କାବୁ କରିଥିଲା ପୋଲିସ । ଖବର ଅନୁଯାୟୀ, ମଞ୍ଚେଶ୍ୱର ଥାନା ସତ୍ୟବିହାର ଅଞ୍ଚଳରେ ରହୁଥିବା ବସନ୍ତ କୁମାର ସ୍ୱାଇଁ ଦୀର୍ଘଦିନ ପୂର୍ବରୁ ସେଠାକାର ଏକ ଏସ୍ଏଚ୍ଜି ଗ୍ରୁରରୁ ଟଙ୍କା ଧାର୍ ଆଣିଥିଲେ । ଟଙ୍କା ଫେରସ୍ତ ପାଇଁ କହିବାକୁ ଦିନ ପରେ ଦିନ ଗଡାଇ ଚାଲିଥିଲେ । ଏପିରିକି ଟଙ୍କା ଫେରସ୍ତ କରିବାକୁ କହିବାକୁ ମହିଳାଙ୍କୁ ଅସଦାଚରଣ ସହ ତାଙ୍କ ମୋବାଇଲ୍ ଝାମ୍ପି ନେଇଥିଲେ । ସେପଟେ ମଞ୍ଚେଶ୍ୱର ଥାନା ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେ ପରିବାର ସହ ଜିନିଷପତ୍ର ନେଇ ଚମ୍ପଟ ମାରୁଥିଲେ । ପାଟ୍ରୋଲିଂ କରୁଥିବା ପିସିଆର୍ ଗାଡି ବସନ୍ତଙ୍କ ଅଟୋକୁ ପିଛା କରିଥିଲେ । ପୋଲିସ ପିଛା କରି କରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅଟୋ । ଶେଷରେ ପୋଲିସ ଆହତ ବସନ୍ତଙ୍କୁ ଘଟଣାସ୍ଥଳରେ ଉଦ୍ଧାର କରି ମେଡିକାଲ ପଠାବା ସହ ଅଟୋକୁ ଜବତ କରିଛି ।





