ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଥିବା ବେଳେ ଜିଲ୍ଲାର ଓଡ଼ଗାଁ ଅଂଚଳ ପାଇଁ ଏବେ ସୀମାନ୍ତ ଗଞ୍ଜାମ ଜିଲ୍ଲା ବିପଦ ସୃଷ୍ଟି କରିବ ବୋଲି ସନ୍ଦେହ ଘନିଭୂତ ହେଉଛି । ଜିଲ୍ଲାର ସବୁଠାରୁ ଅଧିକ ଆକ୍ରାନ୍ତ ଓଡ଼ଗାଁ ଅଂଚଳରୁ ଚିହ୍ନଟ ହୋଇଥିବା ବେଳେ ଗଂଞ୍ଜାମ ଜିଲ୍ଲାରେ କରୋନା ବ୍ୟାପକତା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଏଣୁ ଓଡ଼ଗାଁ ସୀମାନ୍ତ ଗ୍ରାମ ଗୁଡ଼ିକରେ ଥିବା ଜିଲ୍ଲା ସୀମା ସିଲ କରାଯିବା ସହ ଗଂଜାମ ସହ ଯାତାୟତ ବିଚ୍ଛିନ୍ନ କରିବାକୁ ଦାବି ହେଉଛି । ଗଞ୍ଜାମ ଜିଲ୍ଲାରୁ ଓଡ଼ଗାଁ ଅଂଚଳକୁ ଲୋକଙ୍କ ଯାତାୟତ ସର୍ବଦା ଲାଗି ରହୁଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏଥିସହିତ ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦକୁ କଣ୍ଟେମେଣ୍ଟ ଘୋଷଣା କରାଯାଇଥିବା ବେଳେ ୱାର୍ଡ଼ ଗୁଡ଼ିକୁ ବିଶୋଧନ କରିବା ପାଇଁ ଦାବି ହେଉଛି । ପ୍ରଶାସନ ତରଫରୁ ସାଧାରଣ ଲୋକଙ୍କୁ ବ୍ୟାପକ ସଚେତନ କରିବାର ମଧ୍ୟ ଆବଶ୍ୟକତା ରହିଛି ।





