Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆକାଶରେ ଗର୍ଜୁଛି ମିଜାଇଲ, ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ, ବିଶ୍ୱ ଦୁଇ ଭାଗ

by ସଞ୍ଜୟ ସ୍ୱାଇଁ
October 8, 2023
in NATIONAL NEWS, WORLD
ଆକାଶରେ ଗର୍ଜୁଛି ମିଜାଇଲ, ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ, ବିଶ୍ୱ ଦୁଇ ଭାଗ
224
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏଥିରେ ବର୍ତ୍ତମାନ ସୁଦ୍ଧା ୫ଶହରୁ ଅଧିକଙ୍କ ଜୀବନ ଗଲାଣି । ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣରେ ଇସ୍ରାଏଲରେ ୩ ଶହରୁ ଅଧିକ ମୃତ୍ୟୁ ଓ ୧୫ଶହରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସେହିପରି ୫୦ରୁ ଅଧିକ ସାଧାରଣ ନାଗରିକ ଓ ସୈନିକଙ୍କୁ ହମାସ୍ ବନ୍ଦୀ ରଖିଥିବା କୁହାଯାଉଛି । ହମାସ ଆକ୍ରମଣରେ ଇସ୍ରାଏଲ ଡିଫେନ୍ସ ଫୋର୍ସ କମାଣ୍ଡର ନହଲ ବ୍ରିଗେଡଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ହମାସର ଆକ୍ରମଣ ପରେ ପ୍ରଚଣ୍ଡ ପ୍ରତିଆକ୍ରମଣ କରିଛି ଇସ୍ରାଏଲ । ଗାଜାର ସବୁ ଆଡ୍ଡାକୁ ମାଟିରେ ମିଶାଇ ଦେବାକୁ ଚେତାବନୀ ଦେଇଛନ୍ତି ନେତ୍ୟାନାହୁ । ଶତ୍ରୁଙ୍କୁ ନିପାତ କରିବାକୁ ଇସ୍ରାଏଲ ଆରମ୍ଭ କରିଛି ଅପରେସନ ଆଇରନ ସୋର୍ଡ । ଗାଜାରେ ଇସ୍ରାଏଲ ଯୁଦ୍ଧବିମାନ ପକ୍ଷରୁ ବୋମା ବର୍ଷା କରାଯାଉଛି । ଏଥିରେ ପାଲେଷ୍ଟାଇନର ୨ ଶହରୁ ଅଧିକ ମୃତ ଓ ୧୭ଶହରୁ ଅଧିକ ଆହତ ହୋଇଛନ୍ତି । ଶନିବାର ସକାଳୁ ଇସ୍ରାଏଲରେ ଘନ-ଘନ ଆକ୍ରମଣ ଆରମ୍ଭ କରିଥିଲା ଆତଙ୍କୀ ସଂଗଠନ ହମାସ । ଏଥିରେ ଇସ୍ରାଏଲର ଅନେକ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ସ୍ଥିତି ଏବେବି ଅସ୍ପଷ୍ଟ ରହିଛି । ଇସ୍ରାଏଲର କିଛି ଜାଗାରେ ଆତଙ୍କୀ ଓ ସେନା ମଧ୍ୟରେ ଏବେବି ଲଢ଼େଇ ଜାରି ରହିଥିବା କୁହାଯାଉଛି । ହମାସର ଆକ୍ରମଣ ପରେ ମହାଯୁଦ୍ଧ ଆଡକୁ ମୁହାଁଇଛି ମଧ୍ୟପ୍ରାଚ୍ୟ । ଆଉ ପାଲେଷ୍ଟାଇନ ଓ ଇସ୍ରାଏଲର ଯୁଦ୍ଧ ଭିତରେ ବିଶ୍ୱ ଦୁଇ ଭାଗ ହୋଇଯାଇଛି । ଭାରତ, ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ର ଇସ୍ରାଏଲକୁ ସମର୍ଥନ କରିଥିବା ବେଳେ ମୁସଲିମ ରାଷ୍ଟ୍ର ପାଲେଷ୍ଟାଇନକୁ ସମର୍ଥନ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!