ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟରେ କାୟା ମେଲାଇ ଚାଲିଥିବା କରୋନା ଦ୍ୱାରା ଆଜି ୪୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ନୟାଗଡ଼ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ଜଣଙ୍କ ଭାପୁର ବ୍ଲକ ଅଂଚଳର ବୋଲି ଜଣାଯାଇଛି । ସେ କିଛିଦିନ ହେବ ବାହାରୁ ଫେରି ବଡ଼ସହରା ସଂଗରୋଧ କେନ୍ଦ୍ରରେ ରହିଥିବା ଜଣାଯାଇଛି । ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୧୭୩ରେ ପହଂଚିଥିବା ଜଣାଯାଇଛି ।





