ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ନୟାଗଡ଼ ବ୍ଲକ କାର୍ଯ୍ୟାଳୟକୁ ସାଧାରଣ ଜନତା ଆସିବାକୁ ବାରଣ କରାଯାଇଛି । ଯଦି କୈାଣସି ବ୍ୟକ୍ତିଙ୍କର କିଛି ଅସୁବିଧା ଏବଂ ଅଭିଯୋଗ ରହିଥାଏ, ଏହାକୁ ସେ ପଂଚାୟତ ନିର୍ବାହୀ ଅଧିକାରୀ କିମ୍ବା ବ୍ଲକ କର୍ମଚାରୀଙ୍କ ହ୍ୱାଟସ୍ ଆପ୍ ମାଧ୍ୟମରେ ପଠାଇ ପାରିବେ ବୋଲି ସୂଚନା ଦିଆଯାଇଛି । କରୋନା ଭୟାବହତା ପାଇଁ ଆଜିଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରାଯାଇଛି । ଅନ୍ୟପକ୍ଷେ, ପଂଚାୟତ ନିର୍ବାହୀ ଅଧିକାରୀମାନେ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଅନ୍ୟାନ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।





