Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସୀୟ କ୍ରୀଡ଼ା, ମେଡାଲରେ ସେଞ୍ଚୁରୀ କଲା ଭାରତ

by ସଞ୍ଜୟ ସ୍ୱାଇଁ
October 7, 2023
in NATIONAL NEWS, Sports
ଏସୀୟ କ୍ରୀଡ଼ା, ମେଡାଲରେ ସେଞ୍ଚୁରୀ କଲା ଭାରତ
47
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଏସୀୟ କ୍ରୀଡ଼ାରେ ଭାରତର ରେକର୍ଡ । ପଦକରେ ଶତକ ମାରିଛି ଭାରତ । ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ୍ ଗେମ୍ସରେ ଭାରତ ପ୍ରଥମ ଥର ପାଇଁ ୧୦୦ଟି ପଦକ ପାଇଛି । ସ୍ୱର୍ଣ୍ଣ ସହ ଭାରତକୁ ୧୦୦ତମ ପଦକ ଭେଟି ଦେଇଛି ମହିଳା କବାଡ଼ି ଦଳ । ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଭାରତୀୟ ମହିଳା କବାଡ଼ି ଦଳ ଚୀନ୍ ତାଇପେକୁ ୨୬-୨୪ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ । କାରଣ କବାଡ଼ିରେ ସ୍ୱର୍ଣ୍ଣ ସହ ଭାରତ ଶହେଟି ମେଡାଲ ଜିତିଛି । ବର୍ତ୍ତମାନ ସୁଧା ଭାରତ ୨୫ଟି ସ୍ୱର୍ଣ୍ଣ ପଦକ ହାତେଇଛି । ଏସିଆନ୍ ଗେମ୍ସର ୧୪ତମ ଦିନରେ ଭାରତକୁ ଆଉ ୫ଟି ପଦକ ମିଳିଛି । ତୀରନ୍ଦାଜୀରେ ୨ଟି ସ୍ୱର୍ଣ୍ଣ ସହ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ମିଳିଥିବା ବେଳେ ମହିଳା କବାଡ଼ି ଦଳ ସ୍ୱର୍ଣ୍ଣ ଜିତିଛି । ମହିଳା ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟରେ ଭାରତର ଜ୍ୟୋତି ସୁରେକ୍ଷା ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ସମାନ ଇଭେଣ୍ଟରେ ଅଦିତି ଗୋପିଚାନ୍ଦ ହାତେଇଛନ୍ତି ବ୍ରୋଞ୍ଜ । ସେହିଭଳି ପୁରୁଷ ତୀରନ୍ଦାଜୀ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ୍ ପ୍ରବୀଣ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ଅଭିଷେକ ପାଇଛନ୍ତି ରୌପ୍ୟ ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!