ସାଲେପୁର, (ବାଘୁଆବାର୍ତ୍ତା):ବେଆଇନ କରତକଳ ଉପରେ ବନବିଭାଗର ଚଢ଼ାଉ। ଲକ୍ଷାଧିକ ଟଙ୍କାର କାଠ ସହ ଯନ୍ତ୍ରାଂଶ ଜବତ।କଟକ ଜିଲ୍ଲା ମାରଡା ଗାଁରେ ବେଆଇନ ଭାବେ ଚାଲିଥିବା କରତକଳ ଉପରେ ଭୁବନେଶ୍ୱର ବନବିଭାଗ, କଟକ ଭିଜିଲାନ୍ସ ଓ ସାଲେପୁର ବନବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଦୀର୍ଘଦିନ ଧରି ବେଆଇନ ଭାବେ କରତକଳ ଚାଲୁଥିବାର ଖବର ପାଇ ଭୁବନେଶ୍ୱର ବନଭିଭାଗ, କଟକ ଭିଜିଲାନ୍ସ ଓ ସାଲେପୁର ବନବିଭାଗ ଆଜି ସକାଳୁ ଚଢ଼ାଉ କରିଥିଲେ। ଚଢାଉ ବେଳେ ବେଆଇନ କାଠ ଓ କରତକଳର ଯନ୍ତ୍ରାଂଶ ଜବତ ହୋଇଛି।





