ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡି ପୁଲିସ ୪ଟି ଚୋରା ବାଇକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ବେଗୁନିଆସାହିର ସର୍ବେଶ୍ୱର ବାରିକ । ଗତ ଗାନ୍ଧୀ ଜୟନ୍ତୀ ଦିନ ସଂନ୍ଧ୍ୟାରେ ଡିହଗାଁର ବିକ୍ରମାଦିତ୍ୟ ସାମନ୍ତରାୟ ତାଙ୍କ ବାଇକ ରାଜସୁନାଖଳା ଫାଣ୍ଡି ନିକଟବର୍ତ୍ତୀ ଏକ ପାନ ଦୋକାନଠାରେ ରଖିଥିଲେ । ହଠାତ୍ ବାଇକଟି ଚୋରୀ ହୋଇଯାଇଥିବା ନେଇ ସେ ଫାଣ୍ଡିରେ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି କରି ୪ଟି ବାଇକ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ଏସଡିପିଓ ସୁଧାକାର ସାହୁ, ଏସଆଇ ପ୍ରୀତିପ୍ରକାଶ ମହାନ୍ତି ଆଜି ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାଯାଇଛି ।





