ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ରୋଟାରୀ କ୍ଲବ ଦ୍ୱାରା ପ୍ରକାଶିତ ସ୍ମରଣିକା ‘ରୋଟାରୀ କନେକ୍ଟସ୍ ଦି ୱାଲ୍ଡ’ ଆଜି ଉନ୍ମୋଚିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ତାଙ୍କ ନୟାଗଡ଼ ସ୍ଥିତ ବାସ ଭବନରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ରୋଟାରୀଆନ୍ ପ୍ରମୋଦ ପଟ୍ଟନାୟକ, ରଣଜିତ୍ ଦାଶ, ମଦନ ମୋହନ ମହାପାତ୍ର, ପ୍ରବୀର କୁମାର ପୃଷ୍ଟି, ଆରିଫ ଖାଁ, ଧିରେନ୍ଦ୍ର ପଟ୍ଟନାୟକ ପ୍ରମୂଖ ସାମିଲ ହୋଇଥିଲେ ।






