ଭାଟସାହିରେ ବିଜେଡି ଜନସଂପର୍କ ପଦଯାତ୍ରା
ନୟାଗଡ଼,(ବାଘୁଆବାର୍ତ୍ତା):ନୟାଗଡ଼ ନିର୍ବାଚନ ମଣ୍ଡଳୀ ଭାଟସାହିଠାରେ ବିଜୁ ଜନତା ଦଳ ପକ୍ଷରୁ ନୟାଗଡ଼ ବ୍ଲକସ୍ତରୀୟ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ପଦଯାତ୍ରା ଓ ସଭାରେ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ସରୋଜ ରଣସିଂହ, ବିଜେଡି ବ୍ଲକ ସଭାପତି ଅଜିତ ପ୍ରସାଦ ସାହୁ,

ଛାତ୍ର ବିଜେଡି ଜିଲ୍ଲା ସଭାପତି ନୀଳମାଧବ ପଣ୍ଡା, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯ୍ୟୋଧନ ବେହେରା, ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ମନୋଜ କୁମାର ନାୟକଙ୍କ ସମେତ ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ମଞ୍ଚାସିନ ଥିଲେ।

ନବୀନ ସରକାର ବିକାଶ ବାର୍ତ୍ତାକୁ ଉପସ୍ଥିତ ନେତାମାନେ ବକ୍ତବ୍ୟରେ କହିଥିଲେ। ପ୍ରତି ଗାଁ ଓ ସହରରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ନୟାଗଡ଼କୁ ଅନନ୍ୟ ନିର୍ବାଚନ ମଣ୍ଡଳୀରେ ପରିଣତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ ପାଇଁ ପ୍ରୟାସ ଅନନ୍ୟ ବୋଲି କହିଥିଲେ।

କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନେତାମାନେ ବିଶୋଦଗାର କରିଥିଲେ। ରାଜ୍ୟରେ ଜାତୀୟ ରାଜପଥ ଗୁଡ଼ିକର ଦୟନୀୟ ଅବସ୍ଥା ପ୍ରସଙ୍ଗ ଉଠାଇଥିଲେ। ଖାଉଟି ସାମଗ୍ରୀ ମହଙ୍ଗା, ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ କର୍ମୀ ଉପସ୍ଥିତ ରହିଥିଲେ।






